ଆଡିଲେଡ,୨୩।୧୦: ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ ପରାଜିତ ହୋଇଛି ଟିମ ଇଣ୍ଡିଆ। ମାଥ୍ୟୁ ସର୍ଟ ଏବଂ କୁପର କନୋଲିଙ୍କ ଦୃଢ଼ ଇନିଂସ ଯୋଗୁ ଅଷ୍ଟ୍ରେଲିଆ ଆଡିଲେଡରେ ଦ୍ୱିତୀୟ ଦିନିକିଆରେ ଭାରତକୁ ୨ ୱିକେଟରେ ପରାସ୍ତ କରିଛି। ଏହା ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ହାସଲ କରିଛି। ଘରୋଇ ଅଷ୍ଟ୍ରେଲିଆ ଦଳ ୨ ଉଇକେଟରେ ବିଜୟୀ ହୋଇଛି। ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୨୨ ବଲ ବାକି ଥାଇ ୮ ଉଇକେଟ ବିନିମୟରେ ଟାର୍ଗେଟ ପୂରଣ କରିନେଇଥିଲା। ଦଳ ପକ୍ଷରୁ ମ୍ୟାଥ୍ୟୁ ଶର୍ଟ ସର୍ବାଧିକ ୭୪ ଏବଂ କୁପର କନୋଲୀ ୬୧ ରନ କରି ଦଳର ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା ଏବଂ ଓ୍ବାଶିଂଟନ ସୁନ୍ଦର ୨ଟି ଲେଖାଏ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳକୁ ଗୋଟିଏ ମ୍ୟାଚ ବାକି ଥାଇ ଅଷ୍ଟ୍ରେଲିଆ ୨-୦ରେ ଜିତି ନେଇଛି।ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟରେ ୨୬୪ ରନ କରିଥିଲା। ଜବାବରେ, ଅଷ୍ଟ୍ରେଲିଆ ୨୨ ବଲ ବାକି ଥାଇ ୮ ୱିକେଟ ହରାଇ ମ୍ୟାଚ ଜିତିଥିଲା। ୧୭ ବର୍ଷ ମଧ୍ୟରେ ଭାରତ ଆଡିଲେଡରେ ପ୍ରଥମ ଥର ପାଇଁ ଏକ ଦିନିକିଆ ହାରିଛି।ଶୁବମନ ଗିଲଙ୍କ ଏକଦିବସୀୟ ଅଧିନାୟକତ୍ୱ ଡେବ୍ୟୁ ଭଲ ଆରମ୍ଭ କରିନଥିଲା। ଅଧିନାୟକ ଭାବରେ ଗିଲ ତାଙ୍କର ପ୍ରଥମ ସିରିଜ ହାରିଥିଲେ। ଭାରତୀୟ ବୋଲରମାନେ ୨୬୪ ରନ ରକ୍ଷା କରିବାରେ ବିଫଳ ହୋଇଥିଲେ। ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନମାନେ ରୋହିତ ଶର୍ମା (୭୩) ଏବଂ ଶ୍ରେୟସ ଆୟର (୬୧)ଙ୍କ ଅର୍ଦ୍ଧଶତକକୁ ବିଫଳ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |