ନୂଆଦିଲ୍ଲୀ,,୨୩।୧୦: ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀରେ ବଡ ଧରଣର ଏନକାଉଣ୍ଟର ହୋଇଛି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୁଲିସ ରୋହିଣୀରେ ୪ଜଣ ଗ୍ୟାଙ୍ଗଷ୍ଟାରଙ୍କୁ ଏନକାଉଣ୍ଟର କରିଛନ୍ତି । ଏହି ଚାରି ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର ଥିଲେ । ଦୀର୍ଘ ଦିନ ହେବ ପୁଲିସ ଟାର୍ଗେଟରେ ଏମାନେ ସବୁ ରହିଥିଲେ ।ବିହାରର ୪ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲଙ୍କୁ ଏନକାଉଣ୍ଟର କରି ମାରିଛନ୍ତି ଦିଲ୍ଲୀ ଓ ବିହାର ପୋଲିସ । ମୃତ କ୍ରିମିନାଲମାନେ ହେଲେ ରଞ୍ଜନ ପାଠକ, ବିମଳେଶ ସାହନି, ମନୀଷ ପାଠକ ଓ ଅମନ ଠାକୁର ।ଦିଲ୍ଲୀ ପୁଲିସ କହିଛି ଯେ ବାହାଦୁର ଶାହ ରାସ୍ତାରେ ରାତି ପ୍ରାୟ ୨ଟା ସମୟରେ ଗୁଳିଚାଳନା ଆରମ୍ଭ ହୋଇଥିଲା । ରଞ୍ଜନ ପାଠକ, ବିମଲେଶ ମହତୋ, ମନୀଷ ପାଠକ ଏବଂ ଅମନ ଠାକୁର ନିହତ ହୋଇଛନ୍ତି । ରଞ୍ଜନ ପାଠକ, ବିମଲେଶ ମହତୋ ଏବଂ ମନୀଷ ପାଠକ ବିହାରର ସୀତାମାଢିର ବାସିନ୍ଦା ଥିଲେ ଏବଂ ଅମନ ଠାକୁର ଦିଲ୍ଲୀର କରାୱାଲ ନଗରର ବାସିନ୍ଦା ବୋଲି ଜଣାପଡିଛି ।ରଞ୍ଜନ ପାଠକ ସିଗମା ଆଣ୍ଡ କମ୍ପାନୀ ଗ୍ୟାଙ୍ଗର ନେତା ଥିଲେ । ତାଙ୍କ ମୃତ୍ୟୁ ପରେ ଗ୍ୟାଙ୍ଗର ଶେଷ ହୋଇଛି ବୋଲି ପୁଲିସ କହିଛି । ରଞ୍ଜନ ବିହାରର ସୀତାମାଢିର ବାସିନ୍ଦା ଥିଲେ । ପୁଲିସ ସମସ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |