ଭୁବନେଶ୍ବର ,୨୩।୧୦: ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ। ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଭୁବନେଶ୍ୱରରେ ଜନତା ମୈଦାନରେ ହେବ ଇଣ୍ଡିଆନ ରୋଡ୍ କଂଗ୍ରେସ ୨୦୨୫ର ୮୪ତମ ବାର୍ଷିକ ଅଧିବେଶନ । ଏ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ନଭେମ୍ବର ୭ରୁ ୧୦ତାରିଖ ପର୍ଯ୍ୟନ୍ତ ହେବ ଏହି ଅଧିବେଶନ । ଓଡ଼ିଶା ଗସ୍ତରେ ଆସି ଏହି ଅଧିବେଶନରେ ଯୋଗ ଦେବେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ପ୍ରାୟ ଦୁଇ ହଜାର IRC ପ୍ରତିନିଧିଙ୍କ ଯୋଗଦାନ ସହିତ ଅନେକ VVIP ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଓଡ଼ିଶା ୧୯୫୪, ୧୯୮୨, ୧୯୯୪, ୨୦୦୫ ଏବଂ ୨୦୧୫ରେ ସଫଳତାର ସହିତ ୫ଟି IRC ଅଧିବେଶନ ଆୟୋଜନ କରି ଷଷ୍ଠ ଥର ପାଇଁ IRCର ବାର୍ଷିକ ଅଧିବେଶନ ଆୟୋଜନ କରିବ ।ଅଧିବେଶନ ପରିଚାଳନା ପାଇଁ ଅଧିବେଶନର ୧୮ଟି କମିଟି ଗଠନ କରାଯାଇଛି । ରାଜ୍ୟ ବାହାର ପ୍ରତିନିଧି ମାନଙ୍କ ରହଣି ପାଇଁ OTDC ଦ୍ୱାରା ଭୁବନେଶ୍ୱରର ୯୦୦ ହୋଟେଲ ରୁମ୍ ଚିହ୍ନଟ କରାଯାଇଛି । ଏହା ବ୍ୟତୀତ, ସ୍ଥାନ ନିକଟରେ ଅବସ୍ଥିତ ବିଭିନ୍ନ ହୋଟେଲରେ ୧୫୦ଟି ରୁମ୍ VVIP, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ IRCର ଅଧିକାରୀଙ୍କ ରହଣି ପାଇଁ ସଂରକ୍ଷିତ କରାଯାଇଛି ।IIT ଭୁବନେଶ୍ୱର, NIT ରାଉରକେଲା ଭଳି ପ୍ରମୁଖ ବୈଷୟିକ ପ୍ରତିଷ୍ଠାନର ପ୍ରମୁଖ ଶିକ୍ଷାବିତ୍/ ପ୍ରଫେସର/ ବିଦ୍ୱାନମାନଙ୍କୁ ସଡ଼କ କ୍ଷେତ୍ରରେ ବର୍ତ୍ତମାନର ପଦକ୍ଷେପ, ସଡ଼କ ପ୍ରକଳ୍ପର ସଫଳତାର କାହାଣୀ, ବ୍ୟବହାରକାରୀଙ୍କ ଲାଭ ପାଇଁ ଗ୍ରହଣ କରାଯାଇଥିବା ଅଭିନବ ଧାରଣା, ସଡ଼କ ସୁରକ୍ଷାରେ ଉନ୍ନତି, IRC କୋଡ୍ ବ୍ୟବହାରର ଅଭିଜ୍ଞତା ସ୍ମାରକୀ ପାଇଁ ଲେଖା ଦାଖଲ କରିବାକୁ ଅନୁରୋଧ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |