ଭୁବନେଶ୍ବର, ୨୩।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ବେଳେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ।ଗୋଟିଏ ପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇ ଆଗକୁ ବଢୁଥିବା ବେଳେ ଦକ୍ଷିଣ ଆଣ୍ଡାମାନରେ ଆଉ ଏକ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୪ ତାରିଖରେ ପୁଣି ବର୍ଷିବ ।ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ରେ ଘନୀଭୂତ ହୋଇ ଉତ୍ତର ତାମିଲ ନାଡୁ,ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଏହା ପ୍ରଭାବରେ ଦକ୍ଷିଣ ଓଡିଶାର ଅଧିକାଂଶ ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି ଏହି ଲଘୁଚାପ ପଛେ ପଛେ ଆଉ ଏକ ଲଘୁଚାପ ସୃଷ୍ଟି ବି ହୋଇପାରେ। ପାଣିପାଗ ବିଜ୍ଞାନୀଙ୍କ ମତରେ କିଛି ଜାଗାରେ ବର୍ଷା ହୋଇପାରେ । ଚଳିତ ସପ୍ତାହ ରାଜ୍ୟରେ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହଛି ।ବର୍ତ୍ତମାନ ଗୋଟିଏ ଲଘୁଚାପ ସୃଷ୍ଟି ହୋଇସାରିଥିବାବେଳ ଆଗକୁ ଆଉ ଏକ, ଲଘୁଚାପ ହେବ । ୨୪ କି ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ହୋଇପାରେ ତେବେ ଏହା କେତେ ଆଉ କେବେ ଘନୀଭୂତ ହେବ ଆଉ ଗତିପଥ କଣ ରହିବ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ,କିନ୍ତୁ ୨୪ ତାରିଖ ବେଳକୁ ସ୍ପଷ୍ଟ ଜଣାପଡିବ ।ସାମୁଦ୍ରିକ ବାୟୁର ପ୍ରଭାବ ଯୋଗୁଁ ଥଣ୍ଡା ପବନ ବହିବ। ମଝିରେ ମଝିରେ ପାଗ ମେଘୁଆ ରହିବା ସହିତ କିଛି କିଛି ଯାଗରେ ବର୍ଷା ହେବ। ପାଣିପାଗ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ଲଘୁଚାପ ଦକ୍ଷିଣ ପଶ୍ଚିମ ଆଡକୁ ଗତି କରିବା ନେଇ ଜଣାପଡିଛି ଏହା ଆରବ ସାଗର ଆଡକୁ ବି ଯାଇପାରେ । ଏହାର ପ୍ରଭାବରେ ଓଡିଶାରେ ୨୪ ରୁ ୨୬ ତାରିଖ ପଯ୍ୟନ୍ତ ବର୍ଷା ହେବ କିନ୍ତୁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏହାପରେ ଆଉ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |