ଭୁବନେଶ୍ୱର,୨୪।୧୦: ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ ସମ୍ଭାବ୍ୟ ବାତ୍ୟା ୨୭ ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ସୃଷ୍ଟି ହେଲା ଲଘୁଚାପ, ବଢିଲା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏ ଲଘୁଚାପ ଆହୁରି ଘନୀଭୂତ ହେବା ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।ତେବେ ବାତ୍ୟା ମାସ ଅକ୍ଟୋବର ଶେଷ ଆଡକୁ ସୃଷ୍ଟ ଏ ଲଘୁଚାପ କେଉଁ ରୂପ ନେବ, ବାତ୍ୟା ଆଣିବ କି ତାକୁ ନେଇ ଆଶଙ୍କା ବଢିଛି। କାରଣର ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା GFS , ୟୁରୋପୀୟ ECMWF ମଡେଲ ଇଣ୍ଡିକେସନ ଠିକ ଏହି ଦିଗକୁ ଯାଉଛି।ଆସୁଛି ବାତ୍ୟା ‘ମୋନ୍ଥା’। ୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ‘ମୋନ୍ଥା’। ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରଖାଯିବ ‘ମୋନ୍ଥା’। ଥାଇଲାଣ୍ଡର ସୁପାରିସରେ ବାତ୍ୟା ନାଁ ରଖାଯାଇଛି ‘ମୋନ୍ଥା’। ତେବେ ଆପଣ କ’ଣ ଜାଣିଛନ୍ତି କି ବାତ୍ୟାର ନାମକରଣ କିପରି କରାଯାଏ, ଏହାର ନାଁ କିଏ ଦିଏ? ଆସନ୍ତୁ ଜାଣିବାବାତ୍ୟା ଗୁଡ଼ିକୁ ବିଶ୍ୱ ପାଣିପାଗ ସଂସ୍ଥା ପକ୍ଷରୁ ନାମକରଣ କରାଯାଏ। ଟ୍ରପିକାଲ ସ୍ଲାଇକ୍ଲୋନ୍ ପାଇଁ ୧୩ଟି ଦେଶ ନାମକରଣ କରନ୍ତି। ପ୍ରତି ଦେଶ ବାତ୍ୟାର ନାମକରଣ ପାଇଁ ଏକ ନାଁ ତାଲିକା ପ୍ରଦାନ କରନ୍ତି।ଏହି ନାଁ ତାଲିକାକୁ ବିଶ୍ୱ ପାଣିପାଗ ସଂସ୍ଥା ବ୍ୟବହାର କରିଥାଏ। ସାଇକ୍ଲୋନକୁ ଚିହ୍ନଟ, ଟ୍ରାକ୍ ଓ ବିପର୍ଯ୍ୟୟ ସଚେତନତା ପାଇଁ ନାଁ ବ୍ୟବହାର ହୁଏ। ତେବେ ୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ‘ମୋନ୍ଥା’।ଥାଇଲାଣ୍ଡର ସୁପାରିସରେ ବାତ୍ୟା ନାଁ ରଖାଯାଇଛି ‘ମୋନ୍ଥା’। ଥାଇ ଭାଷାରେ ‘ମୋନ୍ଥା’ ର ଅର୍ଥ ‘ସୁଗନ୍ଧିତ ଫୁଲ’, କିମ୍ୱା ‘ସୁନ୍ଦର ଫୁଲ’। ହେଲେ ବାତ୍ୟାର ନାଁ ‘ମୋନ୍ଥା’ ନେଇ ଏପର୍ଯ୍ୟନ୍ତ IMD ସ୍ପଷ୍ଟ କରିନାହିଁ। WMO ପ୍ୟାନେଲ୍ ଅନୁସାରେ ଏଥର ଥାଇଲାଣ୍ଡ ନାମକରଣ କରିବ।ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କଲା ପାଣିପାଗ କେନ୍ଦ୍ର। ୨୬ ତାରିଖରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ। ସମୁଦ୍ର ଅଶାନ୍ତ ରହିବାର ୨୯ ଯାଏଁ ଭିତରକୁ ନ ଯିବାକୁ ପରାମର୍ଶ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |