ପରଲୋକରେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା

ଭୁବନେଶ୍ୱର,୨୪।୧୦:  ବିଶିଷ୍ଟ କବି, ଔପନ୍ୟାସିକ ଓ ଅବସରପ୍ରାପ୍ତ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। ଝାରସୁଗୁଡ଼ା ଜିଲା ବତଲଗା ଗାଁରେ ୧୯୪୪ ମସିହାରେ ତାଙ୍କର ଜନ୍ମ। ସେ ଆଲ୍ଲାହାବାଦ ବିଶ୍ଵବିଦ୍ୟାଳୟରୁ ସ୍ନାନକତ୍ତୋର ଡିଗ୍ରୀ ହାସଲ କରିଥିଲେ। ତାଙ୍କର ପ୍ରଥମ କବିତା ସଂକଳନ ‘ଗୌଣ ଦେବତା’ ପ୍ରଥମେପ୍ରକାଶପାଇଥିଲାପ୍ରଶାସନିକସେବାରେ୬୦ଦଶକରୁ ସେ କାର୍ଯ୍ୟ ଆରମ୍ଭ କରି ୨୦୦୪ରେ ଅବସର ଗ୍ରହଣ କରିଥିଲେ।୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା ସଂଗ୍ରହ ‘ଗୌଣ ଦେବତା’ ପ୍ରକାଶିତ ହୋଇଥିଲା। ତାଙ୍କର ଷୋହଳଟି କବିତା ସଂକଳନ ପ୍ରକାଶ ପାଇଛି। ସେ ଦୁଇଟି ଉପନ୍ୟାସର ବି ରଚୟିତା। ରାଜେନ୍ଦ୍ର କିଶୋର ପଣ୍ଡା ୧୯୬୭ରୁ ୨୦୦୪ ଯାଏ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!