ଭୁବନେଶ୍ୱର,୨୪।୧୦: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ତା’ ପୂର୍ବରୁ ଅନୁଦାନପ୍ରାପ୍ତ କଲେଜରେ ଶିକ୍ଷାଦାନ କରିବେ ଅବସରପ୍ରାପ୍ତ ଅଧ୍ୟାପକ। ୪୮୮ ଓ ୬୬୨ ବର୍ଗ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଶିକ୍ଷାଦାନ କରିବେ। ଆସନ୍ତା ୩୧ ସୁଦ୍ଧା HIMS ପୋର୍ଟାଲରେ ଆବେଦନ କଲେ ନିଯୁକ୍ତି ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ। ସେ ନେଇ ପକ୍ରିୟା ଆରମ୍ଭ ହୋଇଛି। ହେଲେ ଏହା ପୂର୍ବରୁ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟରେ ୪୮୮ ଏଵଂ ୬୬୨ ବର୍ଗ ସରକାରୀ ଅନୁଦାନପ୍ରାପ୍ତ କଲେଜମାନଙ୍କରେ ଶିକ୍ଷାଦାନ କରିବେ ଅବସରପ୍ରାପ୍ତ ଅଧ୍ୟାପକ। ସେ ଆହୁରି କହିଛନ୍ତି, ଯେଉଁମାନେ ଉଚ୍ଚଶିକ୍ଷା ପୋର୍ଟାଲ ଏଚଆଇଏମଏସ୍ (ହିମସ) ପୋର୍ଟାଲରେ ଆସନ୍ତା ୩୧ ତାରିଖ ସୁଦ୍ଧା ଆବେଦନ କରିବେ ସେମାନଙ୍କୁ ନିଯୁକ୍ତି ମିଳିବ। ପୂର୍ବ ସରକାର ସମୟରୁ ରାଜ୍ୟରେ କଲେଜମାନଙ୍କରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଯାହାକୁ ପୂରଣ କରିବାପାଇଁ ସରକାର ପକ୍ରିୟା ଆରମ୍ଭ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |