ସୃଷ୍ଟି ହେଲା ଗଭୀର ଅବପାତ; ୨୪ ଘଣ୍ଟାରେ ବାତ୍ୟା

ଭୁବନେଶ୍ୱର,୨୬।୧୦: ଗଭୀର ଅବପାତରେ ପରିଣତ ହେଲା ଅବପାତ। ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୦କିମି ବେଗରେ ଗତି କରୁଛି। ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା। ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ୍।କାକିନାଡା ଠାରୁ ୮୯୦ କିଲୋମିଟରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ମୋନ୍ଥା । ଆଉ ଗୋପାଳପୁର ଠାରୁ ୯୭୦ କିଲୋମିଟର ଦୁରରେ ରହିଛି । ଆଜି ଗଭୀର ଅବପାତ ରୁପ ନେବା ପରେ ଆସନ୍ତାକାଲି ସକାଳୁ ବାତ୍ୟା ଭୀଷଣ ହେବାର ସମ୍ଭାବନା ରହୁଛି ।ଏଥିପାଇଁ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ କୁହାଯାଇଛି । ଆନ୍ଧ୍ରରେ ଏହାର ପ୍ରକୋପ ଅଧିକ ରହିବାକୁ ଥିବା ବେଳେ ଅବପାତ ହେବା ପରେ ଏହାର ପ୍ରଭାବରେ ଓଡିଶାର କିଛି ସ୍ଥାନରେ ଭୀଷଣ ବର୍ଷା ଲାଗି ରହିବ। ସ୍ଥଳଭାଗ ଛୁଇଁବା ବେଳେ ଏହା ଭୀଷଣ ବାତ୍ୟାର ରୁପ ନେବ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା କରାଯାଇଛି । ଲୋକଙ୍କ ସହାୟତା ପାଇଁ ପ୍ରଶାସନ ସଜାଗ ରହିଛି ।ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ସମୁଦ୍ର କୁଳକୁ ଯିବା ପାଇଁ ଲୋକଙ୍କୁ ମନା କରାଯାଇଛି । ୩ ଦିନ ପର‌୍ୟନ୍ତ ପୁରୀ ସମୁଦ୍ରରେ ଗାଧୋଇବା କିମ୍ବା ପ୍ରବେଶ କରିବା ଉପରେ ନିଷେଧ ଲଗାଯାଇଛି ।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରବିବାର ଗଭୀର ଅବପାତରେ ପରିଣତ ହୋଇଥିବାବେଳେ ସୋମବାର ଅର୍ଥାତ ୨୭ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ, ଯାହାର ନାଁ ‘ମନ୍ଥା’। ସ୍ଥଳଭାଗକୁ ମନ୍ଥା ମାଡ଼ି ଆସୁଥିବାବେଳେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ମାଡ଼ ହେବ। ଏହା ପ୍ରଭାବରେ ଓଡ଼ିଶାର ୯ରୁ ଅଧିକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୯ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ସରକାରୀ କର୍ମଚାରୀମାନେ ସଜାଗ ରହିବା ଲାଗି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!