ଦିଲ୍ଲୀ ବାୟୁ ମଣ୍ଡଳରେ ଧୁଆଁର ଧଳା ଆସ୍ତରଣ

ନୂଆଦିଲ୍ଲୀ,୨୬ା୧୦ : ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ଶ୍ବାସରୋଗୀଙ୍କ ବ୍ୟତୀତ ଗର୍ଭବତୀଙ୍କୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଡାକ୍ତରଙ୍କ କହିବା ଅନୁଯାୟୀ ବାୟୁ ଓ ଶବ୍ଦ ପ୍ରଦୂଷଣର ମିଶ୍ରିତ ପ୍ରଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜିଛି। ଚଳିତ ଦୀପାବଳିରେ ଦିଲ୍ଲୀରେ କେବଳ ସବୁଜ ବାଣ ବ୍ୟବହାର କରାଯିବ ବୋଲି ସୁପ୍ରିମକୋର୍ଟ କଡା ନିର୍ଦେଶ ଦେଇଥିଲେ। ଏହାସତ୍ତ୍ବେ ସହରରେ ପାରମ୍ପରିକ ବାଣ ବହୁମାତ୍ରାରେ ବ୍ୟବହୃତ ହୋଇଥିଲା। ଅତ୍ୟଧିକ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହେବାରୁ ଦୀପାବଳି ପରେ ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ସାଂଘାତିକ ହୋଇପଡିଥିଲା। ଏପରିକି ଦୀପାବଳି ପରଦିନ ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ଭାବେ କୁଖ୍ୟାତିଲାଭ କରିଥିଲା। ଛାତିରୋଗ ଏବଂ ପ୍ରସୂତି ବିଭାଗ ଡାକ୍ତରଙ୍କ ସୂଚନା ମୁତାବକ ଅକ୍ଟୋବର ୨୦ରୁ ୨୩ ମଧ୍ୟରେ ଶ୍ବାସରୋଗୀ ଓ ଗର୍ଭବତୀ ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଦୂଷିତ ବାୟୁମଣ୍ଡଳକୁ ଦୃଷ୍ଟିରେ ରଖି ବୟସ୍କ ଓ ଶିଶୁଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିରୁ ବର୍ତ୍ତିବାକୁ ଦିଲ୍ଲୀରେ ବର୍ତ୍ତମାନ ଏୟାର ପ୍ୟୁରିଫାୟର ଅଧିକ ସଂଖ୍ୟାରେ ବିକ୍ରି ହେଉଥିବା ଜଣାପଡିଛି। ବର୍ତ୍ତମାନ ଶୀତର ଆଗମନ ଘଟିସାରିଛି। ବାୟୁମଣ୍ଡଳ ଆପାତତଃ ସ୍ଥିର ରହୁଥିବାବେଳେ ବାଣଫୁଟାରୁ ନିର୍ଗତ ଧୂଆଁ ପ୍ରଦୂଷଣ କଣିକାଗୁଡିକୁ ଅଧିକ ମାତ୍ରାରେ ସକ୍ରିୟ କରୁଥିବା ଡାକ୍ତର କହିଛନ୍ତି। ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିଲେ ଏନ୯୫ ମାସ୍କ୍‌ ପରିଧାନ କରିବା ସହ ସାଙ୍ଗରେ ଇନ୍‌ହେଲର ରଖିବାକୁ ମଧ୍ୟ ଶ୍ବାସରୋଗୀଙ୍କୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳା ବାୟୁ ପ୍ରଦୂଷଣର ଶିକାର ହେଲେ ଏହା ସେମାନଙ୍କର ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ପ୍ରଦୂ​ଷଣ ରୋକିବାକୁ ଦିଲ୍ଲୀ ସରକାର ଆଗାମୀ ସପ୍ତାହରେ କୃତ୍ରିମ ବର୍ଷା କରାଇବାକୁ ଯୋଜନା ଚଳାଇଛନ୍ତି।ଏପରକି କିଛି ସ୍ଥାନରେ ବାୟୁ ଗୁଣବତା ସୂଚକାଙ୍କ ୫୦୦ ଟପି ଯାଇଥିଲ।। ବାୟୁ ପ୍ରଦୂଷଣ ପ୍ରଭାବରେ ଅନେକ ସ୍ଥାନରେ ଲୋକଙ୍କ ଆଖି ଜଲା ପୋଡା ହେଉତିବାର କୁହାଯାଇଛି ।ମୁଖ୍ୟତ ଶୀତ ଦିନେ ନଡା ଜଳା ହେବାରୁ ଧୁଆଁରେ ଦିଲ୍ଲୀର ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବଢିଥାଏ । ଏଣୁ ସରକାର ଆଖପାଖ ଅଁଚଳରେ ନଡା ଜଳାଇବା ଉପରେ ରୋକ ଲଗାଇଥିଲେ । ଫଳରେ ୭୭ ପ୍ରତିଶତ ସ୍ଥାନରେ ନିଆଁ ଜଳାକୁ ନିୟନ୍ତ୍ରଣ କରାଯାଇ ପାରିଥିଲା ।ଏହାରି ଭିତରେ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ଏକ ଖରାପ ରେକର୍ଡ ହାସଲ କରିଛି । ସ୍ୱିସ ଏୟାର କ୍ୱାଲିଟି କାଢିଥିବା ରିପୋର୍ଟ ଅନୁସାରେ ସବୁଠାରୁ ଦୂଷିତ ସହର ତାଲିକାରେ ପ୍ରଥମେ ରହିଥିଲା ଦିଲ୍ଲୀ , ଏହା ପରକୁ ପାକିସ୍ତାନର ଲାହୋର ରହିଥିଲା ।଼ଆଉ ସବୁଠାରୁ ଚିନ୍ତା ଜନକ ବିଷୟ ହେଉଛି କି ଏହି ଲିଷ୍ଟରେ ଭାରତର ଦୁଇଟି ସହର ରହିଛି । ମୁମ୍ବାଇ ପଁଚମରେ ରହିଥିବା ବେଳେ କୋଲକାତା ୮ ନମ୍ବରରେ ରହିଛି । ତେବେ ବର୍ତ୍ତମାନ ଦିଲ୍ଲୀ ପରିସ୍ଥିତିରେ ସାମାନ୍ଯ ଉନ୍ନତି ଆସିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!