ଭୁବନେଶ୍ବର,୨୭।୧୦: ବାତ୍ୟା ‘ମୋନ୍ଥା’ ପାଇଁ ୩୨ ଟ୍ରେନ ବାତିଲକରାଯାଇଛି। ୨୭ ଓ ୨୮ ଦୁଇ ଦିନ ପାଇଁ ବାତିଲ ହୋଇଛି। ୩୨ ଟ୍ରେନ୍ ବାତିଲ ଘୋଷଣା କଲା ପୂର୍ବତଟ ରେଳ ବିଭାଗ। ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟା ମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି. ରହିବା ବେଳେ ଝଟକା ପବନ ୧୧୦ କିଲୋମିଟର ଯାଏ ବଢିପାରେ। ଘଣ୍ଟା ପ୍ରତି ୧୬ କି.ମି. ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି ବାତ୍ୟା। କାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବ । ଏହାସହ ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡି ଆସିବ ବାତ୍ୟା। ମଛଲିପଟନମ ଓ କଳିଙ୍ଗପଟନମ ଭିତରେ କାକିନା ପାଖରେ ସାଇକ୍ଲୋନ ସ୍ଥଳଭାଗ ଅତିକ୍ରମ କରିବ।ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 43ଟି ଟ୍ରେନ ବାତିଲ କରାଯାଇଛି ।ଆଜି(ସୋମବାର)ଠୁ ବୁଧବାର (ଅକ୍ଟୋବର 29) ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ ଚଳାଚଳ ବନ୍ଦ ରହିବ । ସାଧାରଣତଃ ଆନ୍ଧ୍ରପ୍ରଦେଶକୁ ଯିବାକୁ ଥିବା ଓ ସେଠାରୁ ଆସିବାକୁ ଥିବା ବିଭିନ୍ନ ଟ୍ରେନକୁ ବନ୍ଦ କରିଛି ରେଳ ବିଭାଗ ।କିରାଣ୍ଡୁଲ-କୋରାପୁଟ-ବିଶାଖାପାଟଣା ରୁଟରେ 8 ଟ୍ରେନ ବାତିଲ କରାଯାଇଛି । କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ ବାତିଲ । ଅକ୍ଟୋବର 27- ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ ବାତିଲ । ଅକ୍ଟୋବର 28- କଟକ-ଗୁଣୁପୁର ମେମୁ ଟ୍ରେନ ବାତିଲ ଏବଂ ଅକ୍ଟୋବର 29ରେ ଗୁଣୁପୁର-କଟକ ମେମୁ ଟ୍ରେନ ବାତିଲ କରାଯାଇଛି । ତେବେ ଚାଲନ୍ତୁ ଜାଣିବା କେଉଁସବୁ ଟ୍ରେନ ବାତିଲ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |