ତୀବ୍ର ବେଗରେ ସମୁଦ୍ରରୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା, ଭୟରେ ଲୋକେ

ଭୁବନେଶ୍ୱର,୨୮।୧୦: ଆଜି ପାଇଁ ୫ ଜିଲାକୁ ରେଡ, ୪ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲାକୁ ରେଡ୍‌ ଆଲର୍ଟ ଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତିକୁ ଅରେଞ୍ଜ ଆଲର୍ଟ ଏବଂ ଅବଶିଷ୍ଟ ୨୧ ଜିଲାକୁ ବର୍ଷା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି।ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟ ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍‌ଣରେ ଅବପାତର ରୂପ ନେଇଛି। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ।ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍‌ଣରେ ଅବପାତର ରୂପ ନେଇଥିଲା। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା ଯେ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହା କେଉଁ ଅଞ୍ଚଳରେ ଲ୍ୟାଣ୍ଡଫ୍‌ଲ କରିବ ସେନେଇ କୁହାଯାଇ ନାହିଁ। କିନ୍ତୁ ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶାର ‌ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଏବଂ ଗୋପାଳପୁର ଠାରୁ ୫୩୦ କିମି ଦୂରରେ ଅଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ। ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ ‘ମୋନ୍ଥା’। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!