ନୂଆପଡ଼ାରେ ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ

ନୂଆପଡା,୩୧।୧୦:ନୂଆପଡ଼ାରେ ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ । ଡ୍ୟୁଟିରେ ଥିବା ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ହୋଇଥିଲା ଚଢାଉ । ପ୍ରାୟ ୪୦ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ନୂଆପଡ଼ା ଖରିଆର୍ ରୋଡ୍ ରେ ପ୍ରୀତିରଞ୍ଜନ ରହୁଥିବା ଘରେ ରେଡ୍ କରାଯାଇଥିଲା । ଚଢାଉ ସମୟରେ ବିଜେଡି କର୍ମୀମାନେ ହୋହଲ୍ଲା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବିକ୍ଷୋଭ କରିଥିଲେ ବିଜେଡି ନେତା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର୍ ପ୍ରଚାରକ ଅଛନ୍ତି ପ୍ରୀତିରଞ୍ଜନ ଘଡ଼ାଇ । ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଖରିଆର ରୋଡଠାରେ ଏକ ଭଡ଼ାଘର ନେଇ ରହୁଥିବା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଭଡ଼ା ଘରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ନିର୍ବାଚନ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ ବିଜେଡି ନେତା ଓ କର୍ମୀମାନେ ଜୋରଦାର ବିରୋଧ କରି ସମ୍ପୃକ୍ତ ଅଧିକାରୀଙ୍କ କାରକୁ ଘେରାଉ କରିଥିଲେ। କାହା ନିର୍ଦ୍ଦେଶରେ ସେ ଭଡ଼ାଘରେ ପଶିଲେ ବୋଲି ବିଜେଡି କର୍ମୀ ଓ ନେତାମାନେ ପ୍ରଶ୍ନ କରିଥିଲେ। ଉକ୍ତ ଘରେ ଟଙ୍କା ଥିବା ସୂଚନା ପାଇ ନିର୍ବାଚନୀ ଅଧିକାରୀ ଜଣକ ସେହି ଘରେ ପଶିଥିଲେ ବୋଲି ପ୍ରଶ୍ନ କରିବା ସହ ସରକାରୀ ଦଳର ତାପରେ ଅଧିକାରୀ ବିଜେଡିକୁ ଏଭଳି ହଇରାଣ କରୁଥିବା ଅଭିଯୋଗ କରିଥିଲେ। ସେଠାରେ ବେଶ କିଛି ସମୟ ଧରି ବିଜେଡି କର୍ମୀ ଓ ପୋଲିସ ଭିତରେ ମୁହାଁମୁହିଁ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!