ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),୧ା୧୧:-ଡାବୁଗାଁ ବ୍ଳକ ସରକାରୀ ନୁତନ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”-୨୦୨୫ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସନୋଜ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ ଓ ବ୍ଳକ ଉପାଧ୍ଯକ୍ଷ ସଦାନନ୍ଦ ନାୟକ, ସମ୍ମାନୀତ ଅତିଥି ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ,ବିଜେଡି ଯୁବ ନେତା ବବୁଲ ତ୍ରିପାଠୀ, ବଣ୍ଟି ସିଂ, ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହ ଶିକ୍ଷା ଅଧିକାରୀ ଭଗବାନ ମାଝୀ,ସହ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଙ୍କ ଦ୍ଵାରା ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ ଆନୁଷ୍ଠାନିକ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କୁ ପୁଷ୍ପମାଲ୍ଯ ଦେଇ ଧୂପ ଲଗାଇ, ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରାଯାଇଥିଲା l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ନେତାମ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ତୋରାତ୍ତର ଉନ୍ନତି କାମନା କରିସାରିବା ପରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ଏଠାରେ ଭାଗନେଇ ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲା lଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ ,କୁଇଜ୍, ଚିତ୍ରାଙ୍କନ, ଇଲୋକେସନ,ବକ୍ତୃତା, ସୃଜନଶୀଳ ଲିଖନ, ପ୍ରବନ୍ଧ, ସଙ୍ଗୀତ, ଶ୍ରୁତ ଲିଖନ,ମଧ୍ୟାହ୍ନ ଭୋଜନ ଉପରେ ଚିତ୍ର କଳା ଓ ଶିଳ୍ପ କଳା,ନୃତ୍ୟ ପ୍ରତିଯୋଗୀତା ହୋଇଥିଲା l ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତ୍ରl ଯୋଗ ଦେଇ ସମସ୍ତେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ରଙ୍ଗାରଙ୍ଗ ବେଶ୍ ସୁନ୍ଦର ହୋଇ ସମସ୍ତଙ୍କୁ ଆନନ୍ଦିତ କରାଇଥିଲା l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ ଦଣ୍ଡସେନା,ଧନଞ୍ଜୟ ବଡଜେନା,ହେମେନ୍ଦ୍ର ନାଥ ବେହେରା, ହେମନ୍ତ କୁମାର ପଣ୍ଡା, ଗୁପ୍ତେ ପ୍ରସାଦ ନାଗ, ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ଙ୍କ ସହ ହେମନ୍ତ କୁମାର ସାମଲ, କମଳାକାନ୍ତ ସାହୁ, ହରେକୃଷ୍ଣ ବାଡତ୍ୟା, ବିକାଶ ରଞ୍ଜନ ନିଶଙ୍କ,ସୁରେଶ ବେହେରା, ଜଗନ୍ନାଥ ରାଓ, ରତିକାନ୍ତ ନାୟକ,ବିଦେଶୀ ମହାଙ୍କୁଡ, ରାଇ ସିଂ ପୂଜାରୀ, ମୋହନ ସିଂ ଗଣ୍ଡ,ସୌଭାଗ୍ୟ ବିଶ୍ଵାଳ,ଅଜିତ କୁମାର ଷଡଙ୍ଗୀ,ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l ଶେଷରେ ଛାତ୍ରୀ ମାନଙ୍କ ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱୟ, ଶିକ୍ଷକ, ଶିକ୍ଷୟତ୍ରୀ ବୃନ୍ଦ ନାଚି ନାଚି ମଞ୍ଚ ଦୁଲୁକି ଥିଲା, ଛାତ୍ରୀ ମାନଙ୍କ ମନ ଆନନ୍ଦ କହିଲେ ନ ସରେ l ସହ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା.
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |