ଏମାନଙ୍କୁ ମିଳିବ ୧୦ ହଜାର ଟଙ୍କା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୧: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି।‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଲାଗି ନଭେମ୍ବର ୧ ଶନିବାରଠାରୁ ପୋର୍ଟାଲ ଖୋଲିବ। ଏହି ପୋର୍ଟାଲ ମାଧ୍ୟମରେ ୨୦ ବର୍ଷ ପୂରି ୨୧ ଚାଲୁଥିବା ଯୁବତୀମାନେ ସୁଭଦ୍ରା ସହାୟତା ପାଇଁ ଆବେଦନ କରିପାରିବେ। ଏଥିସହ ଯେଉଁମାନେ ପୂର୍ବରୁ ଆବେଦନ କରିପାରି ନାହାନ୍ତି, ସେମାନେ ମଧ୍ୟ ସୁଯୋଗ ପାଇବେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ନୂଆପଡ଼ା ଜିଲାକୁ ଛାଡି ଅନ୍ୟ ସମସ୍ତ ଅଞ୍ଚଳର ମହିଳା ଆବେଦନ କରିପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!