ଭୁବନେଶ୍ୱର ,୦୮/୧୧: ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ସୁଟିଂ ସାରି ଫେରୁଥିବାବେଳେ କେନାଲକୁ ଖସିଲା କାର । ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା କାର୍ । କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡ଼ିଲା କାର୍ । ତେବେ ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ରହିଛି । ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଅଭିନେତା । ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି। କାର୍ରେ ଯାଉଥିବା ବେଳେ ସେ ଭୁବନେଶ୍ବରର କଳାଝରି ନିକଟ ଦୟା (ପଶ୍ଚିମ) କେନାଲରେ ଅଘଟଣର ଶିକାର ହୋଇଛନ୍ତି। ତାଙ୍କର କାର ଆଗକୁ କୁକୁର ଆସି ଯିବାରୁ ଏହି ଅଘଟଣ ଘଟିଛି। ସେ ନିୟନ୍ତ୍ରଣ ହରାଇ ଥିଲେ ଏବଂ କାର୍ଟି କେନାଲ ଭିତରକୁ ଖସି ପଡ଼ିଛି। ସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି।ପ୍ରତାପ ନଗରୀରୁ ପଟିଆ ଯିବାବେଳେ ଚଳାଇବାବେଳେ ଭାରସାମ୍ୟ ହରାଇ ପିଟି ହୋଇଥିଲେ ସେ। କାର୍ କେନାଲ ଭିତରକୁ ଖସିଯାଇଥିଲା। ଦୁର୍ଘଟଣା ପରେ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |