କଟକ ,୦୮।୧୧ : ଶନିବାର ଦିନ ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍ ମଧ୍ୟ କଟାଯାଇଛି । କଟକରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ୨୦୨୫ । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଲୋକଙ୍କ ଭିଡ଼ ଜମିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରସିଦ୍ଧ ଯାତ୍ରା ବୁଲିବା ସହ ଅନେକ କିଣାକିଣି ମଧ୍ୟ କରୁଛନ୍ତି । ହେଲେ କିଛି ଷ୍ଟଲରେ ବାସୀ ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନକୁ ଆସିଥିଲା ସିଏମ୍ସି ଖାଦ୍ୟ ସୁରକ୍ଷା ୟୁନିଟ୍ । ଶନିବାର ସକାଳୁ ସକାଳୁ ବାଲିଯାତ୍ରା ପଡିଆରେ ଥିବା ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ବାସୀ ଖାଦ୍ୟ ଥିବାର ଦେଖିବାକୁ ମିଳିଥିଲା। ଯାହାପରେ ଆକ୍ସନକୁ ଆସିଥିଲା । ତୁରନ୍ତ ସେହି ଖାଦ୍ୟକୁ ନଷ୍ଟ କରିବା ସହ ଉକ୍ତ ଷ୍ଟଲଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |