ପୁରୀ, ୮।୧୧:ଶ୍ରୀମନ୍ଦିରର ୩ ସେବାୟତ ନିଲମ୍ବିତ। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ସେମାନଙ୍କୁ ସେବାରୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନାଟମଣ୍ଡପରେ ବେନିୟମ ଭାବେ ଅର୍ଥ ଆଦାୟ ଅଭିଯୋଗରେ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ମାସରେ ବାହାର କାଠ ନିକଟରେ ସେମାନେ ଯାତ୍ରୀଙ୍କ ପାଖରୁ ବେନିୟମ୍ ଭାବରେ ଅର୍ଥ ଆଦାୟ ସହ ଏହାକୁ ନେଇ ନିଜ ନିଜ ଭିତରେ ଗଣ୍ଡଗୋଳ କରିଥିଲେ। ସେହିପରି ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାର କରିବାକୁ ପ୍ରରୋଚନା କରିବାରୁ ନିଲମ୍ବିତ ହୋଇଛନ୍ତି ବେନା ମହାସୁଆର। ତାଙ୍କୁ ୨ ମାସ ପାଇଁ ସେବା କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ନିଲମ୍ବନ ସମୟରେ ସେମାନେ ନିଜେ କିମ୍ବା ଅନ୍ୟ କୌଣସି ସେବାୟତ କି ବ୍ୟକ୍ତି ବିଶେଷଙ୍କ ଦ୍ବାରା କୌଣସି ପ୍ରକାର ବିଶୃଙ୍ଖଳା କରିବାକୁ ଚଷ୍ଟା କଲେ ନିଲମ୍ବନ ଅବଧି ବୃଦ୍ଧି ସହ ଅଧିକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |