ବ୍ରିସବେନ୍, ୦୮|୧୧ : ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଶନିବାର ଖେଳାଯିବାକୁ ଥିବା ଶେଷ ଟି୨୦ ମୁକାବିଲା ଜିତିବା ପାଇଁ ଯୋଜନା କରୁଛି ଟିମ୍ ଇଣ୍ଡିଆ । ଯାହା ପ୍ରସିଦ୍ଧ ଗାବ୍ବା ଷ୍ଟାଡିୟମରେ ଖେଳାଯିବ । ୨-୧ରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଗାବ୍ବାରେ ମଧ୍ୟ କଙ୍ଗାରୁ ଟିମର ପରାଜୟ ପାଇଁ ଗେମ୍ ପ୍ଲାନ୍ ପ୍ରସ୍ତୁତ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଶନିବାର ବ୍ରିସବେନର ଗାବାରେ ଖେଳାଯିବ। ଭାରତ ଉକ୍ତ ମ୍ୟାଚକୁ ଜିତି ଶୃଙ୍ଖଳା ହାତେଇବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଘରୋଇ ଅଷ୍ଟ୍ରେଲିଆ ଶୃଙ୍ଖଳା ବଞ୍ଚାଇବାକୁ ପ୍ରୟାସ କରିବ।ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଏବେ ସୁଦ୍ଧା ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ଭାରତ ଶୃଙ୍ଖଳା ପରାଜୟକୁ ଏଡାଇ ସାରିଥିବାରୁ ସୁବିଧାଜନକ ସ୍ଥିତିରେ ରହିଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିବାବେଳେ ଦ୍ବିତୀୟ ମ୍ୟାଚକୁ ଅଷ୍ଟ୍ରେଲିଆ ୪ ୱିକେଟରେ ଜିତିଥିଲା। ତୃତୀୟ ମ୍ୟାଚକୁ ଭାରତ ୫ ୱିକେଟରେ ଜିତି ଶୃଙ୍ଖଳାକୁ ଫେରିଥିଲା। ଚତୁର୍ଥ ମ୍ୟାଚରେ ଭାରତ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଘରୋଇ ଦଳକୁ ୪୮ରନରେ ପରାସ୍ତ କରିଥିଲା। ବ୍ୟାଟିଂରେ ଦୁଇ ଭାରତୀୟ ଓପନର ଅଭିଷେକ ଶର୍ମା ୪ଟି ଇନିଂସରୁ ସର୍ବାଧିକ ୧୪୦ ଓ ଶୁଭମନ ଗିଲ୍ ୧୦୩ରନ କରିଛନ୍ତି।
ଭାରତ ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, ଜିତେଶ ଶର୍ମା (ୱିକେଟ୍ରକ୍ଷକ), ଶିବମ ଦୁବେ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍ରା।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ମାଟ୍ ସର୍ଟ, ମିଚେଲ ମାର୍ସ (ଅଧିନାୟକ), ଜୋସ୍ ଇଂଲିସ୍ (ୱିକେଟ୍ରକ୍ଷକ), ଟିମ୍ ଡେଭିଡ୍, ମିଚେଲ ଓଏନ/ଜୋସ ଫିଲିପ୍, ମାର୍କସ ଷ୍ଟୋଇନିସ୍, ଗ୍ଲେନ୍ ମ୍ୟାକ୍ସୱେଲ, ଜାଭିଅର୍ ବାର୍ଟଲେଟ୍, ବେନ୍ ଡ୍ବାରସୁଇସ/ମହଲି ବିଅର୍ଡମାନ୍, ନାଥନ ଏଲିସ୍, ଆଡାମ ଜାମ୍ପା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |