ନୂଆପଡ଼ା ୯।୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ସରୁଛି ପ୍ରଚାର । ଏହାରି ଭିତରେ ନୂଆପଡ଼ାର ଯୁବ କଂଗ୍ରେସ ନେତା ତଥା ବ୍ୟବସାୟୀ ଅଙ୍କିତ ସିଙ୍ଘାଇଙ୍କ ଘରେ ଆୟକର ବିଭାଗ ଚଢାଉ କରିଥିବା ସୂଚନା ରହିଛି । ଖରିଆର୍ ରୋଡ଼ ସ୍ଥିତ ବାସଭବନ ଓ ତାଙ୍କ ଅଫିସ୍ରେ ଆୟକର ବିଭାଗ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଅଙ୍କିତ ସିଙ୍ଘାଇ ହେଉଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଘନିଷ୍ଠ । ତେବେ ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ଦିନରେ ଅଙ୍କିତ ସିଙ୍ଘାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପୂର୍ବରୁ ବିଜେଡିର ଦୁଇରୁ ତିନି ଜଣ ନେତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ନେଇ ସୂଚନା ମିଳିଥିଲା ।ନୂଆପଡ଼ାରେ ଆଜି ଗୋଟିଏ ଦିନରେ ଦ୍ଵିତୀୟ ଥର ଆୟକର ବିଭାଗ ଚଢ଼ଉ କରିଛି । ଖରିଆର ରୋଡରେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି । ବିଶିଷ୍ଟ ବ୍ୟବସାୟୀ ଅଙ୍କିତ ସିଂହାଣୀୟାଙ୍କ ଘରେ ଚଢ଼ାଉ ହୋଇଛି । ଅଙ୍କିତଙ୍କ ଖରିଆର ରୋଡ୍ ସ୍ଥିତ ବାସଭବନରେ ଆୟକର ବିଭାଗର ଚଢ଼ଉ ଜାରି ରଖିଛି । ଅଙ୍କିତ କିଛିଦିନ ହେବ କଂଗ୍ରେସ ସହ ସମ୍ପର୍କରେ ଥିଲେ । ଆଜି ସକାଳେ ନୂଆପଡ଼ରେ ବିଜେଡ଼ି ନେତା ମନୋଜ ମିଶ୍ରଙ୍କ ବାସଭବନରେ ଚଢ଼ଉ ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |