ନୂଆଦିଲ୍ଲୀ ,୧୦/୧୧: ଆଜିଠୁ ୨୦୨୭ ଜନଗଣନା ପାଇଁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ରାଜଧାନୀ ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ୩୦ ତାରିଖ ଯାଏ ଚାଲିବ ଗଣନା । ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେବ ପ୍ରାକ୍ ଡିଜିଟାଲ ଜନଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଏହି ଡିଜିଟାଲ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା । ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକରେ ରହିବ ଗ୍ରାମ/ ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ ନଗରୀୟ ସୁବିଧା। ବିସ୍ତୃତ ଜନସଂଖ୍ୟା ସମ୍ବନ୍ଧୀୟ ସାମାଜିକ ଓ ଅର୍ଥନୈତିକ ସୂଚନା ମଧ୍ୟ ଏଥିରେ ରହିବ ।ଆମ ରାଜ୍ୟ ଭଳି ସାରା ଦେଶରେ ହେଉଛି ପ୍ରାକ୍ ଜନ ଗଣନା ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଗଣନା। ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା।ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକ ରେ ରହିବ ଗ୍ରାମ/ ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ ନଗରୀୟ ସୁବିଧା, ବିସ୍ତୃତ ଜନସଂଖ୍ୟା ସମ୍ବନ୍ଧୀୟ, ସାମାଜିକ ଓ ଅର୍ଥନୈତିକ ସୂଚନା ରହିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |