ଡାକ୍ତରଙ୍କ ଘରୁ ମିଳିଲା ବିପୁଳ ପରିମାଣର ବିସ୍ଫୋରକ,ବଡ଼ ଆତଙ୍କୀ ଯୋଜନା ପଣ୍ଡ

ନୂଆଦିଲ୍ଲୀ ,୧୦/୧୧: ଜମ୍ମୁକାଶ୍ମୀର ପୋଲିସକୁ ବଡ଼ ସଫଳତା । ବଡ଼ ଆତଙ୍କୀ ଯୋଜନା ପଣ୍ଡ ହୋଇଛି । ଫରିଦାବାଦରୁ ୩୦୦ କିଲୋ RDX ସହ AK-୪୭ ସହ ଗୋଳାବାରୁଦ ଜବତ ହୋଇଛି । ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କ ସୂଚନା ଆଧାରରେ ପୋଲିସର ଚଢ଼ାଉ । ଆଦିଲ ଅହମ୍ମଦ ରାଠରକୁ ପୋଲିସର ପଚରାଉଚରା ପରେ ବଡ଼ ଖୁଲାସା ।ହରିୟାଣାର ଫରିଦାବାଦ ଜିଲ୍ଲାସ୍ଥିତ ଏକ ମେଡିକାଲ କଲେଜରୁ ଦୁଇଟି AK-47 ରାଇଫଲ୍ ଏବଂ ପ୍ରାୟ ୩୫୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି। ଜମ୍ମୁ-କାଶ୍ମୀର ପୁଲିସ ଚଢଉ କରି ଏସବୁକୁ ଜବତ କରିଛି। କଶ୍ମୀରରୁ ଗିରଫ ହୋଇଥିବା ଅନ୍ୟ ଜଣେ ଡାକ୍ତରର ସୂଚନା ଆଧାରରେ ପୁଲିସ ଫରିଦାବାଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜମ୍ମୁ ପୋଲିସ ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି। ଦେଶରେ ବଡ ଆତଙ୍କୀ ଷଡଯନ୍ତ୍ରକୁ ପଣ୍ଡ କରିଛି ଜମ୍ମୁକାଶ୍ମୀର ପୁଲିସ । ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଲିଙ୍କ୍‌ ସନ୍ଦେହରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କ ସୂଚନା ଆଧାରରେ ଜମ୍ମୁ କାଶ୍ମୀର ପୁଲିସ ହରିୟାଣାର ଫରିଦାବାଦ ଜିଲାରେ ଡାକ୍ତର ମୁଫାଜିଲ ଶକିଲଙ୍କ ଭଡା ଘରେ ଚଢାଉ କରି ଲକରରୁ ୩୦୦ କିଲୋ ବିସ୍ଫୋରକ ସାମଗ୍ରୀ ଆରଡିଏକ୍ସ ଏବଂ ଏକେ-୪୭ ସହ ଗୋଳାବାରୁଦ ଜବତ କରିଛି ।ପୁଲିସ ପରିଦାବାଦରେ ପୁଲୱାମା ନିବାସୀ ଡାକ୍ତର ମୁଫାଜିଲ ଶକିଲଙ୍କୁ ଗିରଫ କରିଛି । ଅନ୍ୟ ଡାକ୍ତର ଫେରାର ହୋଇଛନ୍ତି । ପୂର୍ବରୁ ଜାମ୍ମୁ-କଶ୍ମୀର ପୁଲିସ ଅନନ୍ତନାଗର ବାସିନ୍ଦା ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କୁ ଗିରଫ କରିଥିଲା । ଯାହାଙ୍କ ସୂଚନା ଆଧାରରେ ଫରିଦାବାଦରେ ଚଢାଉ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ତିନି ଜଣ ଡାକ୍ତରଙ୍କର ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ ସହିତ ସମ୍ପର୍କ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!