ରାଜ୍ୟରେ ବଢୁଛି ଶୀତ , ୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୧୦ା୧୧:ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଶୀତ। ଗତ ୨୪ ଘଣ୍ଟାରେ ରାଜ୍ୟର ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଛୁଇଁଥିବାବେଳେ ଝାରସୁଗୁଡା ୧୧.୭ ଡିଗ୍ରୀ, ଫୁଲବାଣୀ ୧୨ଡିଗ୍ରୀ, ରାଉରକେଲା ୧୩.୨ଡିଗ୍ରୀ, ଭଦ୍ରକ ୧୪ଡିଗ୍ରୀ ଏବଂ କୋରାପୁଟ, କେନ୍ଦୁଝରଗଡ଼ ଓ ଅନୁଗୋଳରେ ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘୁଆ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହ ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ଓ ସର୍ବନିମ୍ନ ୧୭ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି। ଅପରପକ୍ଷେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡିକର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ହ୍ରାସ ପାଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡ଼ିଶାର ଜିଲାଗୁଡିକର କିଛି ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ସାଧାରଣ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି। ତେବେ ୧୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପାଗ ଶୁଖିଲା ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!