ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) :-ଡାବୁଗାଁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମନ୍ଦିର ପରିଚାଳନା କମିଟି ସଭାପତି ତଥା ଡାବୁଗାଁ ତହସିଲଦାର ଗୀତା ମୁର୍ମୁ, ସଂପାଦକ ଜି ସାଇ ରାଜୁ , ଉପ ସଭାପତି ଜି ଭେଙ୍କଟ ରାଓ, ଦେବରାଜ ପାତ୍ର, ସୁରେନ୍ଦ୍ର ମିଶ୍ର, ଭଗବାନ ମହାନ୍ତି, ଏମ୍ ଆପା ରାଓ, ବାବି ଜେନା, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର ଓ ମିହିର ଶଙ୍କର ପାତ୍ର, ରାଜେଶ ଅଗ୍ରୱାଲ,ସନ୍ତୋଷ ପାତ୍ର, ମନୋଜ ପାତ୍ର, ପ୍ରକାଶ ପଣ୍ଡା, ରାମାରାଓ ଚୌଧୁରୀ,ପାପନା ରେଲି, ରାଜୁ ରେଲି, ମହେଶ ପାତ୍ର, ମୋହନ ପରିଛା, ସତ୍ୟ ପାତ୍ର, ସୁନିଲ୍ କୁମାର ପାତ୍ର, କୁନୁ ପାତ୍ର, ଭଗବାନ ଖୁଣ୍ଟିଆ, ଜି ସତ୍ୟ ରାଓ, ବିଶ୍ଵ ପାତ୍ର, ସପନ୍ ଦେ, ସୁର୍ଯ୍ୟ ସୁବୁଦ୍ଧି, ଆର ପ୍ରକାଶ ରାଓ, ପ୍ରମୁଖ ଉପସ୍ଥିତ ଥିଲେ। ବିଗତ ଦିନର ଖର୍ଚ୍ଚ ଓ କାର୍ଯ୍ୟକ୍ରମ ଉପରେ ସଂପୂର୍ଣ୍ଣ ଆଲୋଚନା ହୋଇଥିଲା। ପ୍ରତ୍ୟେକ କାର୍ଯ୍ୟ ସଂପୂର୍ଣ୍ଣ ସହମତି ଓ ଶାନ୍ତି ଶୃଙ୍ଖଳା ରେ ହେବା ପାଇଁ ସମସ୍ତେ ଦୃଢକ୍ତି ପ୍ରକାଶ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |