ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କୀ କାର୍ଯ୍ୟ ଘୋଷଣା , କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ,୧୩।୧୧:ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ କହିଲେ କେନ୍ଦ୍ର ସରକାର। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ ବୈଠକରେ ଏ ନେଇ ପାରିତ ହେଇଛି ସଂକଳ୍ପ। ଯେଉଁଥିରେ ବିସ୍ଫୋରଣ ଘଟଣାର ଶୀଘ୍ର ଓ ଠିକ୍ ଢଙ୍ଗରେ ତଦନ୍ତ କରିବାକୁ ତଦନ୍ତକାରୀ ସଂସ୍ଥାକୁ କ୍ୟାବିନେଟ ନିର୍ଦ୍ଦେଶ ଦେଇଛି।ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ କହିଲେ କେନ୍ଦ୍ର ସରକାର। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ ବୈଠକରେ ଏ ନେଇ ପାରିତ ହେଇଛି ସଂକଳ୍ପ। ଯେଉଁଥିରେ ବିସ୍ଫୋରଣ ଘଟଣାର ଶୀଘ୍ର ଓ ଠିକ୍ ଢଙ୍ଗରେ ତଦନ୍ତ କରିବାକୁ ତଦନ୍ତକାରୀ ସଂସ୍ଥାକୁ କ୍ୟାବିନେଟ ନିର୍ଦ୍ଦେଶ ଦେଇଛି।ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ସହ ପୀଡ଼ିତଙ୍କୁ ଉଚିତ ନ୍ୟାୟ ପାଇଁ ମତପ୍ରକାଶ ପାଇଛି। ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭନବରେ ବସିଥିଲା  ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରମୁଖ ଉପସ୍ଥିତ ଥିଲେ।ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରେସ୍ ବ୍ରିଫରେ ସୂଚନା ଦେଇଛନ୍ତି ଯେ, ନଭେମ୍ବର 10ରେ ଆତଙ୍କବାଦୀମାନେ ନୂଆଦିଲ୍ଲୀରେ ଅତି ଜଘନ୍ୟ ଅପରାଧ ଘଟାଇଛନ୍ତି। ଘଟଣାର ତଦନ୍ତ ପ୍ରକ୍ରିୟାକୁ କିଭଳି ଅତି ଶୀଘ୍ର ଏବଂ ସଠିକ୍ ଭାବେ କରାଯିବ ସେ ନେଇ କ୍ୟାବିନେଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଆକ୍ରମଣର ଷଡ଼ଯନ୍ତ୍ରକାରୀ, ଯେଉଁମାନେ ସାମିଲ ଅଛନ୍ତି ଏବଂ ଯିଏ ପ୍ରୋତ୍ସାହନ ଯୋଗାଇଛନ୍ତି, ସମସ୍ତଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!