ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ଖୁଲାସା କରିଛନ୍ତି।ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୬ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା । ଦିଲ୍ଲୀ ଲାଲକିଲା ନିକଟରେ ଘଟିଥିବା ଭୟାନକ ବିସ୍ଫୋରଣ ଘଟଣାର ତଦନ୍ତ ଚାଲିଛି । ଆତଙ୍କବାଦୀ ସଂପୃକ୍ତି ଘଟଣା ସାମ୍ନାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଭୟାଙ୍କର ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତକାରୀ ଦଳ ହାତରେ ଲାଗିଥିବା ତତ୍ୟ ଅନୁସାରେ, ଡିସେମ୍ବର ୬ରେ ଦିଲ୍ଲୀର ୬ଟି ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ ଆତଙ୍କୀ ଡାକ୍ତର । ବାବ୍ରି ମସଜିଦ ର ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ଡାକ୍ତର ଆତଙ୍କି ଗୋଷ୍ଠି ଓ ଜୈଶ୍-ଏ-ମହମ୍ମଦ । ୧୯୯୨ ଡିସେମ୍ବର ୬ରେ ବାବ୍ରି ମସଜିଦ ଭଙ୍ଗା ଯାଇଥିଲା , ଏହାର ପ୍ରତିଶୋଧ ନେବା ପାଇଁ ୬ତାରିଖରେ ୬ଟି ସ୍ଥାନରେ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା ।ଗିରଫ ହୋଇଥିବା ସନ୍ଦିଗ୍ଧମାନେ ପଚରାଉଚରା ବେଳେ ପ୍ରକାଶ କରିଛନ୍ତି ଯେ, ସେମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଦିନ (ଡିସେମ୍ବର ୬, ୧୯୯୨)କୁ ପ୍ରତିଶୋଧ ନେବା ପାଇଁ ଟାର୍ଗେଟ୍ କରିଥିଲେ।ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ, ଏହି ମଡ୍ୟୁଲ୍ ଏକ ପାଞ୍ଚ-ପର୍ଯ୍ୟାୟ ବିଶିଷ୍ଟ ଯୋଜନା ପ୍ରସ୍ତୁତ କରିଥିଲେ। ଜୈଶ-ଏ-ମହମ୍ମଦ ଓ ଅନ୍ସାର୍ ଗଜୱାତ-ଉଲ-ହିନ୍ଦ୍ ସହ ଯୋଡ଼ି ହୋଇ ମଡ୍ୟୁଲ୍ ଗଠନ କରିଥିଲେ। ହରିୟାଣାର ନୂହ ଓ ଗୁରୁଗ୍ରାମରୁ IED ତିଆରି ପାଇଁ କଞ୍ଚାମାଲ ଓ ଗୋଳାବାରୁଦ ସଂଗ୍ରହ କରାଯାଇଥିଲା। ଏଥିରେ ଘାତକ ରାସାୟନିକ IED ତିଆରି କରିବା ଏବଂ ବିସ୍ଫୋରଣ ପାଇଁ ସମ୍ଭାବ୍ୟ ସ୍ଥାନଗୁଡ଼ିକର ରେକି (ଅନୁଧ୍ୟାନ) କରିବା ଏବଂ ସଂଗୃହୀତ ବୋମାକୁ ମଡ୍ୟୁଲ୍ ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରିବା। ଏହାପରେ ଦିଲ୍ଲୀ-NCR ର ୬-୭ଟି ସ୍ଥାନରେ ସମନ୍ୱିତ ବିସ୍ଫୋରଣ କରିବା ଲକ୍ଷ୍ୟ ଥିଲା।ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କାଶ୍ମୀରୀ ଡାକ୍ତର ଉମର ମହମ୍ମଦ ହିଁ ବିସ୍ଫୋରଣ ହୋଇଥିବା i20 କାର୍ ଚଳାଉଥିଲେ। ତଦନ୍ତକାରୀଙ୍କ ମତରେ, ତାଙ୍କ ସହଯୋଗୀ ଡାକ୍ତର ମୁଜାମ୍ମିଲ ଶେଖ ଓ ଶାହୀନ୍ ସୟୀଦ୍ ଗିରଫ ହେବା ପରେ ଉମର ଭୟଭୀତ ହୋଇ ହତାଶାରେ ଏହି କାର୍ ବିସ୍ଫୋରଣ ଘଟାଇଥିଲେ।ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦ୍ୱାରା ଘଟଣାର ଅଧିକ ତଦନ୍ତ ଚାଲିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |