ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର),୧୩।୧୧:-ଡାବୁଗାଁ ବ୍ଲକ ସରକାରୀ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ଗୁରୁବାର ଦିନ ଠାରୁ ଆଳୁ ଚାଷ ପାଇଁ ଆଳୁ ବିହନ ବଣ୍ଟନ ଆରମ୍ଭ କରାଯାଇଛି । ଏହି ସମୟରେ ଡାବୁଗାଁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବି ଶଙ୍କର ପଣ୍ଡା ଏବଂ ଉଦ୍ୟାନ କୃଷି ଅଧିଦର୍ଶକ ପ୍ରମଦ କୁମାର ଗୌଡ଼ ଉପସ୍ଥିତ ରହି ଚାଷୀ ଙ୍କୁ ଆଳୁ ବଣ୍ଟନ କରିଥିଲେ ।ଏଭଳି ଆଜି ଅଂଚଳା, ମେଦନା, କଇଲାରୀ, ବଡ଼ ଅଲମା, ବୋରିଗାଁ ପଞ୍ଚଯାତ ରେ ମୋଟ ୧୦୦ ଜଣ ଚାଷୀଙ୍କୁ ୩ସହ କୁଣ୍ଟାଲ ଆଳୁ ବଣ୍ଟନ କରାଯାଇଥିଲା। ବସ୍ତା ପ୍ରତି ଏକ ହଜାର ଟଙ୍କା ଦରରେ। ଜମିରେ ଚାଷ କରି ବା ପରେ ଜି. ପି. ଏସ ଫଟୋ ଦେଲେ ଚାଷୀର ନିଜ ବ୍ୟାଙ୍କ ଖାତା କୁ ସବସିଡି ଚଡ଼ିବା ନେଇ ଶ୍ରୀ ପଣ୍ଡା ସୁଚନା ପ୍ରଦାନ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |