ଭୁବନେଶ୍ୱର,୧୩ା୧୧: ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍କୋ ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡର୍ ନିର୍ମାଣ କରାଯିବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଛନ୍ତି ମନ୍ତ୍ରୀ।ଟ୍ରାଫିକ୍ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣର ଯୋଜନା କରାଯାଇଛି। ଏଣିକି ଓବିସିସିର ସମସ୍ତ କାର୍ଯ୍ୟ ପେପର ଲେସ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ରାଜଧାନୀରେ ଏଲିଭେଟେଡ କରିଡର ଲାଗି ପୂର୍ତ୍ତ ବିଭାଗ ଯୋଜନା ପ୍ରସ୍ତୁତ କରି ଏହି ପ୍ରକଳ୍ପ ଆରମ୍ଭ କରିବ। ଟ୍ରାଫିକ ସମସ୍ୟା ଦୂର ପାର୍ଇ ୨୦ଟି ନୂଆ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇଥିବାବେଳେ ପୂର୍ତ୍ତ ବିଭାଗ ମନ୍ତ୍ରୀ ଏହାର ସମୀକ୍ଷା କରିଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |