ଥରୁଛି ଓଡ଼ିଶା,୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା

ଭୁବନେଶ୍ୱର,୧୬ା୧୧:ରାଜ୍ୟରେ ବଢିବାରେ ଲାଗିଛି ଶୀତ। ଭୁବନେଶ୍ୱରରେ ତଳମୁହାଁ ପାରଦ।ଦିନରେ ଥଣ୍ଡାର ପ୍ରକୋପ ଅନୁଭବ ହେଉଥିବା ବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଇ ବିନା ଗରମ ପୋଷାକ ହେଉ କି ବିନା ନିଆଁରେ ରହିବା କଷ୍ଟ ହୋଇପଡିଛି। ଆଜି ୧୨ ଡିଗ୍ରୀ ତଳେ ରହିଛି ୧୩ ସହରର ତାପମାତ୍ରା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ ହୋଇଛି। ସେମିଳିଗୁଡାରେ ୭.୪, ଦାରିଙ୍ଗବାଡିରେ ୮, ଫୁଲବାଣୀରେ ୯ ଡିଗ୍ରୀ ତାପମାତ୍ରା ରହିଛି। ଏବଂ ଟ୍ବିନ୍ ସିଟିରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।ଗରିବ ଲୋକ ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ସହରରେ ଆଜିର ତାପମାତ୍ରା ୫.୮ଡିଗ୍ରୀ ରେକର୍ଡ କରାଯାଇଥିବା ସ୍ଥାନୀୟ ଏଏମଏଫୟୁ ସେଣ୍ଟର ପକ୍ଷରୁ ସୂଚନା ମିଳିଛି। ସହରର ତାପମାତ୍ରା ଠାରୁ ଦୁର୍ଗମ ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ ଆହୁରି କମ ତାପମାତ୍ରା ରହୁଥିବା ଅନୁମାନ କରିହେଉଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପ୍ରବଳ ଥଣ୍ଡା ହେବା ବି ଅନୁମାନ କରାଯାଉଛି। ଦିନକୁ ଦିନ ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!