କୋଲକାତା ଟେଷ୍ଟ ହାରିଲା ଭାରତ

ନୂଆଦିଲ୍ଲୀ, ୧୬|୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୦ ରନରେ ପରାସ୍ତ କରିଥିଲା।  ୧୫ ବର୍ଷ ପରେ ପ୍ରଥମ ଥର ପାଇଁ  ଦକ୍ଷିଣ ଆଫ୍ରିକା ଭାରତ ମାଟି‌ରେ ଟେଷ୍ଟ ମ୍ୟାଚ୍ ଜିତିଛି। ଦକ୍ଷିଣ ଆଫ୍ରିକା ଭାରତରେ ଶେଷ ଟେଷ୍ଟ ୨୦୧୦ ରେ ଜିତିଥିଲା।କୋଲକାତାରେ ଅଢେଇ ଦିନରେ ଲଢେଇ ହାରିଲା ଭାରତ। ଇଡେନ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୩୦ ରନରେ ଭାରତକୁ ପରାସ୍ତ କରିଛି । ଘରୋଇ ମାଟିରେ ମାତ୍ର ୧୨୪ ରନ୍ନ କରିନପାରି ଭାରତ ପରାସ୍ତ ହୋଇଛି। ୧୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିଛି ଦକ୍ଷିଣ ଆଫ୍ରିକା। ୨ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ର ଅଗ୍ରଣୀ ହାସଲ କରିଛି ।ଭାରତ ୧୨୪ ରନର ଲକ୍ଷ୍ୟକୁ ପିଛା କରି ୯୩ ରନରେ ଅଲଆଉଟ ହୋଇଯାଇଛି । ଶୁଭମନ ଗିଲ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ନଥିଲେ । ୱାଶିଂଟନ ସୁନ୍ଦର ସର୍ବାଧିକ ୩୧ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୨୬, ରବୀନ୍ଦ୍ର ଜାଡେଜା ୧୮, ଧ୍ରୁବ ଜୁରେଲ ୧୩ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତୀୟ ବ୍ୟାଟରଙ୍କ ଶୋଚନୀୟ ପ୍ରଦର୍ଶନକୁ ନେଇ ନୈରାଶ୍ୟ ପ୍ରଦର୍ଶନ ହୋଇଛି।ଦକ୍ଷିଣ ଆଫ୍ରିକା ପକ୍ଷରୁ ସିମୋନ ହାର୍ମର ୪ଟି ୱିକେଟ ନେଇଥିଲେ । ମାର୍କୋ ୟାନସେନ ଓ କେଶବ ମହାରାଜ ୨ଟି ଲେଖାଏଁ ଏବଂ ଆଇଡେନ ମାର୍କରାମ ଗୋଟିଏ ୱିକେଟ ହାସଲ କରିଥିଲେ ।ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନ କରିଥିଲା । ଏହାର ଜବାବରେ ଭାରତ ୧୮୯ ରନ କରିବାକୁ ସକ୍ଷମ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!