ନବରଙ୍ଗପୁର ଜିଲ୍ଲାରେ ଶୀତ ରୋ ପ୍ରକୋପ ବଡୁଛି*

ନବରଙ୍ଗପୁର,ପ୍ରିୟଦର୍ଶିନୀ ପାତ୍ର,୧୪ା୧୧ :-ଡାବୁଗାଁ ଅଞ୍ଚଳରେ ତିନି ଦିନ ହେଲା ବଢିଛି ଶୀତର ପ୍ରକୋପ ପାରଦ ହଠାତ ତଳ ମୁହାଁ ହେବା ଆରମ୍ଭ କରିଛି। ଆଗାମୀ ଦିନରେ ଶୀତ ଆହୁରି ବଢ଼ିବା ସୂଚନା ଦେଉଛି। ଶୀତ ବଢିବା ଯୋଗୁଁ ଲୋକ ମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ପାଖରେ ବସିବା ଦୃଶ୍ୟ ଦେଖିବାକୁ ମିଳୁଛି। ଅନେକ ଲୋକ ଘରୁ ପଦାକୁ ବାହାରୁ ନାହାଁନ୍ତି । କିଛି ଲୋକ ଶୀତକୁ ଉପଭୋଗ କରୁଛନ୍ତି, ମୁଖ୍ୟତଃ ଅଧିକାଂଶ ଯୁବ ପିଢ଼ିଙ୍କ ମଧ୍ୟରେ ସକାଳୁ ସକାଳୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି ପଡିଆ ଓ ଖୋଲା ସ୍ଥାନ ମାନଙ୍କରେ ନିଜକୁ ଫିଟ୍ ଆଉ ଗରମ ରଖିବାକୁ ବିଭିନ୍ନ ବ୍ୟାୟାମ କରୁଛନ୍ତି। ନବରଙ୍ଗପୁର ଜିଲ୍ଲାକୁ ସାଧାରଣତଃ ନଭେମ୍ବର ମାସରୁ ଶୀତ ଆରମ୍ଭ ହୋଇ ଥାଏ। ପ୍ରାୟତ ପ୍ରତି ବର୍ଷ ଏହି ଅଂଚଳରେ ଡିସେମ୍ବର ୧୫ ଠାରୁ ଜାନୁୟାରୀ ୧୫ ବା ଶେଷ ଯାଏ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। କିନ୍ତୁ ଏବର୍ଷ ନଭେମ୍ବର ମାସରୁ ଶୀତର ପ୍ରକୋପ ବଢ଼ିଲାଣି।ବର୍ତ୍ତମାନ ଶୀତ ଆରମ୍ଭ ହୋଇଛି ଆଗକୁ ଆହୁରି ତାପମାତ୍ରା କମିବା ସହ ଆହୁରି ଅଧିକ ଶୀତ ହେବା ଆଶଙ୍କା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!