ବଦଳିଲା ଦିଲ୍ଲୀର ୩ ମେଟ୍ରୋ ଷ୍ଟେସନର ନାଁ

ନୂଆଦିଲ୍ଲୀ,୧୬ା୧୧:   ଦିଲ୍ଲୀର ତିନୋଟି ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ କରାଯିବ। ରାଜ କଳଶ ଯାତ୍ରାରେ ଅଂଶଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହା ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିତାମପୁରା ମେଟ୍ରୋ ଷ୍ଟେସନ, ପ୍ରଶାନ୍ତ ବିହାର ମେଟ୍ରୋ ଷ୍ଟେସନ ଏବଂ ହାଇଦରପୁର ବାଦଲି ମୋଡ଼ ଷ୍ଟେସନର ନାମ ପରିବର୍ତ୍ତନ କରାଯିବ। ରେଜାଙ୍ଗ ଲା ଯୁଦ୍ଧର ସାହସୀ ସହିଦମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ରାଜ କଳଶ ଯାତ୍ରା ଅନୁଷ୍ଠିତ ହେଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଯାତ୍ରାରେ ଅଂଶଗ୍ରହଣ କରିଥିଲେ।ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ରେଜାଙ୍ଗ ଲା ଯୁଦ୍ଧର ସାହସୀ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲଦାଖରୁ ହଜାର ହଜାର କିଲୋମିଟର ଯାତ୍ରା କରି ଆଜି ହାଇଦରପୁରରେ ପହଞ୍ଚିଥିବା ପବିତ୍ର ରାଜ କଳଶ ଯାତ୍ରା ଏକ ଗର୍ବର ମୁହୂର୍ତ୍ତ। ଏହି ପବିତ୍ର ଯାତ୍ରା ଏକ ଶକ୍ତିଶାଳୀ ବାର୍ତ୍ତା । ଯାହା ସମଗ୍ର ଦେଶକୁ ପ୍ରଥମେ ରାଷ୍ଟ୍ରର ଭାବନା ସହି ଯୋଡ଼େ ।’ସେ ଆହୁରି ଲେଖିଛନ୍ତି, ଯାଦବ ମହାସଭା ଏବଂ ଏହି ଯାତ୍ରାକୁ ଜାତୀୟ ଚେତନାରେ ପରିଣତ କରିଥିବା ସମସ୍ତ ଆୟୋଜକଙ୍କୁ ହୃଦୟର ସହିତ ଅଭିନନ୍ଦନ। ହାଇଦରପୁର ଗାଁର ଭୂମି ଆଜି ନିଜକୁ ଧନ୍ୟ ମନେ କରୁଛି । ସାହସୀ ସହିଦମାନଙ୍କ ପବିତ୍ର ସ୍ମୃତି ଏଠାରେ ପହଞ୍ଚିଛି। ଆମର ସରକାର ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ, ତିନୋଟି ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ କରାଯାଉଛି।’ପିତମପୁରା ମେଟ୍ରୋ ଷ୍ଟେସନ ଏବେ ମଧୁବନ ଚୌକ ଭାବରେ ଜଣାଯିବ। ପ୍ରଶାନ୍ତ ବିହାର ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ କରି ଉତ୍ତର ପିତମପୁରା/ପ୍ରଶାନ୍ତ ବିହାର କରାଯାଇଛି। ହାଇଦରପୁର ବାଦଲି ମୋଡ଼ର ନାମ ପରିବର୍ତ୍ତନ କରି ହାଇଦରପୁର ଗାଁ ରଖାଯାଇଛି। ମ୍ୟାକ୍ସ ହସ୍ପିଟାଲ ରାସ୍ତାକୁ ପ୍ରଶସ୍ତ କରିବା ଏବଂ ଏକ ଅଣ୍ଡରପାସ୍ ନିର୍ମାଣ କରିବା ପାଇଁ ମଧ୍ୟ କାମ ଦ୍ରୁତ ଗତିରେ ଚାଲିଛି ।ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାମାନଙ୍କୁ ଉନ୍ନତ ପରିବହନ ସୁବିଧା ଯୋଗାଇ ଦିଆଯିବ। ହାଇଦରପୁର ଗ୍ରାମ ଏକ ବିକଶିତ ଦିଲ୍ଲୀ ପାଇଁ ଏକ ନୂତନ ପରିଚୟର ପ୍ରତୀକ ହେବାକୁ ଯାଉଛି, ଯାହା ପରମ୍ପରାକୁ ସମ୍ମାନ କରେ ଏବଂ ଆଧୁନିକ ସୁବିଧାକୁ ପ୍ରାଥମିକତା ଦିଏ ବୋଲି ଲେଖିଛନ୍ତି ସିଏମ ରେଖା ଗୁପ୍ତା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!