୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର ,୧୮।୧୧: ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାର ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏନ୍‌ଆଇଏ ଭୁବନେଶ୍ବରସ୍ଥିତ ଏକ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ କରିଛି। ଅଭିଯୁକ୍ତମାନେ ବାଂଲାଦେଶୀ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇଥିଲେ।ଭୁବନେଶ୍ଵର ସ୍ପେଶାଲ କୋର୍ଟରେ ଏନ୍‌ଆଇଏ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବାଂଲାଦେଶୀ ନାବାଳିକା ମାନଙ୍କୁ ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ  ଲଗାଉଥିବା ଅଭିଯୋଗ ହୋଇଛି। ସେମାନେ ଗରିବ ପରିବାରର ହୋଇଥିବାରୁ ଫାଇଦା ଉଠାଇବା ଲାଗି ଉଦ୍ୟମ କରାଯାଉଥିଲା। ପୂର୍ବରୁ ଓଡିଶା ପୁଲିସ୍‌ ୬ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଏହି ମାମଲାକୁ ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଥିଲା।ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଆର୍ଥିକ ଲୋଭ ଦେଖାଇ ତଥା ଓଡ଼ିଶାରେ ଚାକିରି ପ୍ରଲୋଭନ ଦେଖାଇ ନାବାଳିକାକୁ ଆଣିଥିଲେ। ତଦନ୍ତ ସମୟରେ ଏନ୍‌ଆଇଏ ମାନବ ଚାଲାଣ ରାକେଟ୍‌ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି। ଓଡ଼ିଶା ପୁଲିସ ଆରମ୍ଭରୁ ପୋକ୍ସୋ କୋର୍ଟରେ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨ଟି ଚାର୍ଜସିଟ୍‌ ଦାଖଲ କରିଥିଲା।  ପ୍ରମାଣ ହସ୍ତଗତ ହେଲା ପରେ ଏନ୍‌ଆଇଏ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା।  ଏନ୍‌ଆଇଏ ଅଭିଯୁକ୍ତମାନଙ୍କର ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଆର୍ଥିତ ନେଣଦେଣ ସଂପର୍କିତ ତଥ୍ୟ ହାସଲ କରିଛି। ଅନ୍ୟ ଏକ ମାମଲାରେ ଏନ୍‌ଆଇଏ ଅନ୍ତରାଜ୍ୟ ମାଷ୍ଟରମାଇଣ୍ଡ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି, ଯାହାର ପାକିସ୍ତାନରୁ ପରିଚାଳିତ ସଂସ୍ଥା ସହିତ ସଂପର୍କ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!