୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର,୧୮।୧୧: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଗୋଟିଏ ମୋଟରସାଇକେଲ ଜବତ କରିବା ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହାସିମ ଖାନ, ରବି ବାରିକ ଏବଂ ସୁଶାନ୍ତ କୁମାର ପରିଡ଼ା। ଜବତ ବ୍ରାଉନସୁଗର ମୂଲ୍ୟ ଆନୁମାନିକ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଅଭିଯୁକ୍ତମାନେ ଏକ ବାଇକରେ ଏହାକୁ ଚାଲାଣ କରୁଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ତାହାକୁ ଆଧାର କରି ଅବକାରୀ ପୁଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ଯାଞ୍ଚ କରିବା ସମୟରେ ବ୍ରାଉନସୁଗର ଜବତ ହୋଇଥିଲା। ଏ ନେଇ ଭୁବନେଶ୍ଵର କଳ୍ପନାସ୍ଥିତ ଜିଲା ଅବକାରୀ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!