ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ବର,୧୯।୧୧: କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା-ନାଗାଲାଣ୍ଡ୍ ରଣଜୀ ଟ୍ରଫି ମ୍ୟାଚ୍‌ରେ ପ୍ରଥମ ଥର ବିଜୟ ସ୍ବାଦ ଚାଖିଲା ଓଡ଼ିଶା । ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ ୨୯୯ ରନରେ ଓଡିଶା ହରାଇଛି। ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହାର ଜବାବରେ ନାଗାଲାଣ୍ଡ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୫ ୱିକେଟ ବିନିମୟରେ ୩୫୦ ରନ କରି ପାରୀ ଘୋଷଣା କରିଥିଲା । ଅଧିନାୟକ ଶୁଭ୍ରାଂଶୁ ସେନାପତି(୧୩୭) ଓ ସ୍ୱସ୍ତିକ ସାମଲ (୧୬୯)ଶତକ ହାସଲ କରିଥିଲେ । ଏଥିସହ ଓଡିଶା ୪୬୫ ରନର ବିଜୟ ଲକ୍ଷ୍ୟ ନାଗାଲାଣ୍ଡ ସମ୍ମୁଖରେ ରଖିଥିଲା ।ଯୁବ ଓପନର୍‌ ସ୍ବସ୍ତିକ ସାମଲ ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ବହୁ ପ୍ରତୀକ୍ଷିତ ଶତକ ପରେ ଓଡ଼ିଶା ନାଗାଲାଣ୍ଡକୁ 299 ରନରେ ପରାସ୍ତ କରିଛି ।ଦ୍ବିତୀୟ  ନାଗାଲାଣ୍ଡ 165 ରନରେ ଅଲଆଉଟ ହୋଇଥିଲା । ଗୋବିନ୍ଦ ପୋଦ୍ଦାରଙ୍କୁ 5 ଏବଂ  ବାଦଲ ବିଶ୍ବାଳଙ୍କୁ 3 ୱିକେଟ ସହିତ ସଫଳତା ମିଳିଥିଲା । ଶତକ ହାସଲ କରି ସ୍ବସ୍ତିକ ସାମଲ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ । 5 ମ୍ୟାଚରୁ 7 ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉଠିଲା ଓଡ଼ିଶା ।ପ୍ରଥମ ଥର କୌଣସି ବ୍ୟାଟର୍‌ ଶତକ ଅର୍ଜନ କରିବା, ପ୍ରଥମ ଥର ପ୍ରଥମ ପାଳିରେ ଅଗ୍ରଣୀ ନେବା ଏବଂ ପ୍ରଥମ ଥର ୩୦୦ ରନ୍ ଅତିକ୍ରମ କରିବା ଦେଖିବାକୁ ମିଳିଛି। ଗୋଟିଏ ପାଳିରେ ୩ ଜଣ ଶତକ ଅର୍ଜନ କରିବା ଭଳି ବିରଳ ସଫଳତା ବି ଦେଖାଇଛି କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌। କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବି ପ୍ରଥମ ବିଜୟର ସ୍ବାଦ ଚାଖିଲା ଓଡ଼ିଶା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!