ଶପଥ ନେବେ ନୀତିଶ

ପାଟ୍‌ନା,୧୯ା୧୧: ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନୀତୀଶ କୁମାର। ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ନିର୍ବାଚିତ ହୋଇଛନ୍ତି।  ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନୀତିଶ କୁମାର । କିନ୍ତୁ ଏହାରି ଭିତରେ ଶପଥ ସମୟକୁ ନେଇ ବଡ ପରିବର୍ତ୍ତନ କରଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆସନ୍ତାକାଲି ଦିନ ୧୧:୩୦ରୁ ୧୨ ଟା ମଧ୍ୟରେ ଶପଥ ନେଇଥାନ୍ତେ ନୀତିଶ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ୧୧:୩୦ ପରିବର୍ତ୍ତେ ୧:୩୦ ରୁ ୨ଟା ମଧ୍ୟରେ ନୀତିଶ ନୀତିଶ ଶପଥ ନେବାକୁ ଧାର୍ଯ୍ୟ କରଯାଇଛି । ଆସନ୍ତାକାଲି ପାଟନା ଗାନ୍ଧୀ ମୈଦାନରେ ଦିନ ୧:୩୦ ରୁ ୨ଟା  ମଧ୍ୟରେ ଶପଥ ନେବାକୁ ସ୍ଥିର ହୋଇଛି । ନୀତିଶଙ୍କ ସହ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୁଣି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  । ଏହାରି ମଧ୍ୟରେ ନୀତିଶ ଇସ୍ତଫା ଦେବା ପାଇଁ  ବିହାର ରାଜଭବନରେ ପହଁଚିଛନ୍ତି । ଆସନ୍ତାକାଲି ନୀତିଶଙ୍କ ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଏନଡିଏ ଶାସିତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ । ଏଥିପାଇଁ ପାଟନା ଗାନ୍ଧୀ ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!