ପୁରୀ,,୧୯ା୧୧: ଜଗା ଦର୍ଶନରେ ହେବନି କୌଣସି ଅସୁବିଧା ! ନାଟମଣ୍ଡପରେ ଭକ୍ତଙ୍କ ପାଇଁ ରାମ୍ପ ବ୍ୟବସ୍ଥା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା ରହିଛି ।ଚକାଆଖିରେ ମିଶିବ ଭକ୍ତର ଆଖି । ଜଗା ଦର୍ଶନରେ ହେବନି କୌଣସି ଅସୁବିଧା ! ନାଟମଣ୍ଡପରେ ଭକ୍ତଙ୍କ ପାଇଁ ରାମ୍ପ ବ୍ୟବସ୍ଥା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା ରହିଛି । ଗୋଟିଏ ଦିନରେ ଭିତର କାଠ ଦର୍ଶନ ବ୍ୟବସ୍ଥା ୬ଥର ରହିଥିବାବେଳେ, ପରବର୍ତ୍ତୀ ସମୟରେ ନାଟମଣ୍ଡପରେ ବାହାରକାଠ ଦର୍ଶନ ବ୍ୟବସ୍ଥା କରାଯାଉଛି । ହେଲେ ଏହି ସମୟରେ ଭକ୍ତଙ୍କ ଭିଡ଼ ଯୋଗୁ ଠେଲାପେଲା ସ୍ଥିତି ଉପୁଜୁଛି । ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ନାଟମଣ୍ଡପରେ ପରୀକ୍ଷା ମୂଳକ ଭାବେ ରାମ୍ପ ବ୍ୟବସ୍ଥା କରୁଛି ପ୍ରଶାସନ । ହେଲେ ଏହାକୁ କିଛି ଭକ୍ତ ସମର୍ଥନ କରୁଥିବା ବେଳେ କିଛି ଭକ୍ତ ନାପସନ୍ଦ କରିଛନ୍ତି । କୋଟି ଓଡ଼ିଆର ମଉଡ଼ମଣି, ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତାଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ରାମ୍ପ ବ୍ୟବସ୍ଥା କରିବାକୁ ଯାଉଛି । ତେଣୁ ରାମ୍ପ ନିର୍ମାଣ ଚାଲିଥିବାବେଳେ, ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ । ରାମ୍ପର ନିର୍ମାଣକୁ ଦେଖିବା ପରେ ଡିଜାଇନ ଆମୁଳଚୂଳ ପରିବର୍ତ୍ତନ ଆବଶ୍ୟକ ଥିବା କହିବା ସହ ଏହାକୁ ଛୋଟ ଛୋଟ କରିବାକୁ କହିଛନ୍ତି । ଯାହାଦ୍ବାରା ରାମ୍ପ ଗୁଡ଼ିକୁ ଖୁବଶୀଘ୍ର ସଜଡ଼ା ଯାଇପାରିବ। ପ୍ରଶାସନର ଏହି ବ୍ୟବସ୍ଥାକୁ ସରକାର ସମର୍ଥନ ଜଣାଇଛନ୍ତି । ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ନେଇ ଅନେକ ସମୟରେ ବିଳମ୍ବ ହୋଇଛି । ମହାପ୍ରଭୁଙ୍କ ନିକଟରେ ଭକ୍ତଟିଏକୁ ପହଞ୍ଚାଇବାକୁ ସେବାୟତ ଓ ପୋଲିସ କର୍ମଚାରୀମାନେ ଟଙ୍କା ନେଉଥିବା ଅଭିଯୋଗ ଆସିଛି । ତେଣୁ ଭକ୍ତଙ୍କ ଶାନ୍ତିଶୃଙ୍ଖଳା ନିମନ୍ତେ ପରୀକ୍ଷା ମୂଳକ ଭାବେ ରାମ୍ପ ବ୍ୟବସ୍ଥା କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |