ଡାବୁଗାଁ( ପ୍ରିୟଦର୍ଶିନୀ ପାତ୍ର) ,,୨୨।୧୧: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୂମା ସ୍ଥିତ ସମନ୍ୱିତ ଶିଶୁ ବିଭାଗ ପ୍ରକଳ୍ପ ଠାରେ ଶନିବାର ଡାବୁଗାଁ ଅଗ୍ନିଶମ ବାହିନୀ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଲା। ଉକ୍ତ କାର୍ଯ୍ୟଳୟ ସମୟରେ ସମନ୍ୱିତ ଶିଶୁ ବିଭାଗ ପ୍ରକଳ୍ପ କର୍ମଚାରୀ ଓ ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନିଆଁ କୁ ଆୟତ କରିବା ନେଇ ତାଲିମ ଦିଆ ଯାଇଥିଲା। ଉକ୍ତ ଶିବିର ରେ ଘରେ ଥିବା ଗ୍ୟାସ ସିଲିଣ୍ଡର ରେ ହଠାତ୍ ନିଆଁ ଲାଗିଲେ କିପରି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କିଛି ମାତ୍ରାରେ ନିଆଁ କୁ ଆୟତ କରିହେବ ସେ ନେଇ ଅଗ୍ନିଶମ କର୍ମଚାରୀ ଙ୍କ ଦ୍ଵାରା ଡେମୋ କରାଯାଇଥିଲା । ପରେ ନିଆଁ କୁ ଆୟତ କରିବା ଓ ସମସ୍ତ ପ୍ରକାର ଜିନିଷ ଯାହାକି ନିଆଁ ଲଗାଇଥାଏ ତାହର ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |