ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),୨୬ା୧୧:-ଉମରକୋଟ ବ୍ଳକ ପୋଡ଼ାଗଡ଼ ଭୈରବ ମନ୍ଦିରରୁ ପୂଜାର୍ଚନା କରାଯାଇ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା l ସେଠାରୁ ମଶାଲ ଯାତ୍ରା ବାହାରି ପୋଡ଼ାଗଡ଼ ହାଟ ପଦାରେ ହୋଇଥିବା ମଣ୍ଡପ ନିକଟରେ ଶିରା, ପୂଜାରୀ ଙ୍କ ସହ ଲାଠି, କରୁଚି,ପାଲିଙ୍କି ବାଦ୍ୟ ନାଦ ସହିତ ନାଚି ନାଚି ପହଂଚିଥିଲେ l ସେଠାରେ ନବରଙ୍ଗପୁର ମଣ୍ଡେଇ ଉତ୍ସବ କମିଟିର ସଭାପତି ତଥା ନବରଙ୍ଗପୁର ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା। ସମ୍ମାନୀତ ଅତିଥିମାନେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ବିଧାୟକ ଝରିଗାଁ ନରସିଂ ଭତ୍ରl, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ତଥା ଓଡିଶା ରାଜ୍ଯ ସ୍ଵାଧୀନତା ସଂଗ୍ରାମୀ ଶହିଦ ସଂସଦ କାର୍ଯ୍ୟକାରିଣୀ ସଭାପତି ମୁନା ତ୍ରିପାଠୀ, ପୋଡ଼ାଗଡ଼ ଚେରୀ ଟେବୁଲ ଟ୍ରଷ୍ଟ ର ସଭାପତି ଉଦ୍ଧବ ନାୟକ ଓ ପରିବେଶବିତ ତଥା ବରିଷ୍ଠ ପରାମର୍ଶଦାତା ଡାଃ କୈଳାଶ ଚନ୍ଦ୍ର ବେହେରା ସହ ଅନେକ ଜନପ୍ରତିନିଧି ଏବଂ ଜିଲ୍ଲାସ୍ତରୀ ଅଧିକାରୀ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମ।ସମସ୍ତ ଅତିଥି ମାନଙ୍କ ଦ୍ଵାରା ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ-୨୦୨୫ ଆଦିବାସୀ ମାନଙ୍କର ସଂସ୍କୃତି, ପରମ୍ପରା, କ୍ରୀଡା ଓ ବିଭିନ୍ନ କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭା କୁ ଲୋକ ଲୋଚନକୁ ଆଣି ବିକଶିତ ଓ ସଂରକ୍ଷିତ କରିବା ପ୍ରଚେଷ୍ଟା ନେଇ ମଣ୍ଡେଇ-୨୦୨୫ ଉପରେ ନିଜ ନିଜର ବକ୍ତବ୍ୟ ରଖି ସମସ୍ତ ଜନସାଧାରଣଙ୍କୁ ବୁଝାଇଥିଲେ l ପ୍ରଥମେ ଏହି ମଣ୍ଡେଇ ୨୦୦୨ ରେ ଆରମ୍ଭ ହୋଇଥିଲା ଏହି ସ୍ଥାନରୁ ଶୁଭ ଉଦଘାଟନ ବାହାରି ଥିଲା, ଆଜି ପୁଣି ଥରେ ୨୦୨୫ ରେ ଏହି ପବିତ୍ର ସ୍ଥାନରୁ ଶୁଭ ଉଦଘାଟନ ହେଲା l ଜିଲ୍ଲାରେ ହେବାକୁ ଥିବା ଡିସେମ୍ବର ମାସ ୧୨,୧୩,୧୪, ୧୫,୧୬ ଏଇ ପାଞ୍ଚଦିନ ବହୁ ସଂଖ୍ୟାରେ ଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ଆହ୍ଵାନ କରିବା ସହ ମନ୍ତ୍ରୀ ବିଧାୟକ ମଧ୍ୟ ସମସ୍ତ ଜନସାଧାରଣ ଉପସ୍ଥିତ ହେବାକୁ ପରାମର୍ଶ ଦେଇଥିଲେ lସମସ୍ତ ଅତିଥି, ଜନସାଧାରଣ ମାନଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପରିଷଦ ଉମରକୋଟ ଆଲୋକ କୁମାର ଅନୁଗୁଳିଆ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଇଂ ଚନ୍ଦନା ମଲ୍ଲିକ ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରଙ୍ଗାରଙ୍ଗ ଅନୁଷ୍ଠିତ ହୋଇ ଥିଲା,ଯାହାକି ଉପସ୍ଥିତ ଅନ୍ୟୁନ ୨୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କ ମନ ଆନନ୍ଦିତ କରାଇଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!