ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),୩।୧୨:ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ମୋତିଗାଁ ଗ୍ରମରେ ଚାଷୀଙ୍କୁ ବୁଧବାର କୃଷି ବିଭାଗ ତରଫରୁ ମାଗଣା ରେ ନାକଚଣା ବିହନ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ୬୦ଜଣ ଚାଷୀଙ୍କୁ ନାକଚଣା ବଣ୍ଟନ କରାଯାଇଥିଲା। ଏହି ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି , ଡ଼ାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ , ବ୍ଲକ କୃଷି ଅଧିକାରୀ ସୁଧେଷ୍ଣା ଧଳ, ସହକାରୀ କୃଷି ଅଧିକାରୀ ଜ୍ୟୋତିର୍ମୟୀ ତାଡ଼ିଙ୍ଗୀ , ମମତା ସାହୁ , ସୁଶାନ୍ତ ରାଉତ , ଦିପାଳି ସମାଦାର ଏବଂ କେ ଉଦୟା କୁମାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗମି ଦିନରେ ଡାବୁଗାଁର ସମସ୍ତ ଗ୍ରାମର ଚାଷୀଙ୍କୁ ନାକଚଣା ବଣ୍ଟନ କରାଯିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |