ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର),୪।୧୨:-ଡ଼ାବୁଗାଁ ତହସିଲ ଅଧୀନ ନନ୍ଦପୁରା ଠାରେ ଖଣି ବିଭାଗ ତରଫରୁ ଚଢାଉ ହୋଇ ଏକ ଚିପ୍ସ ବୋଝେଇ ହାଇୱା ଓ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଆଉ ଏକ ହାଇୱାକୁ ଖଣି ଚୋରି ମାମଲାରେ ଠିକାଦାର ବଣ୍ଟି ଅଗ୍ରୱାଲ ଠାରୁ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରିବା ପାଇଁ ନିର୍ଦେଶ ଦିଆହୋଇଛି। ସୁଚନା ପ୍ରକାରେ ନନ୍ଦପୁର ନିକଟରେ ବଣ୍ଟି ଅଗ୍ରୱାଲ ନାମକ ଜଣେ ଠିକାଦାର ଗଚ୍ଛିତ ପ୍ରାୟ 600 ସିଏମ ବାଲି ଏବଂ 500 ସିଏମ ଚିପ୍ସ ଗଛିତ ରଖିଥିଲା ବିନା କାଗଜ ପତ୍ରରେ ତେଣୁ ଜରିମାନା ଆଦାୟ ପାଇଁ JMO କୁ ନିର୍ଦ୍ଦେଶ ଦିଆଯାଇଛି।ସରକାର ଖଣି ଦୁର୍ନୀତି ରୋକିବା ପାଇଁ ଅନେକ ପ୍ରୟାସ କରୁଥିବା ବେଳେ ଦଲାଲ ମାନେ ସରକାରୀ ନିୟମ ଉଲଙ୍ଘନ କରୀ ଖଣି ଦୁର୍ନୀତି କରୁଛନ୍ତି । ସୁଚନା ଥାଉକୀ ଗତ କିଛି ଦିନ ତଳେ ବିଭିନ୍ନ ସ୍ଥାନରେ ଖଣି ବିଭାଗ ର କର୍ମଚାରି ମାନେ ଚଢ଼ଉ କରି ଅନେକ ଗାଡ଼ି ଠାରୁ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରିଥିଲେ । କିନ୍ତୁ ଏହି ସବୁକୁ ଦଲାଲ ଙ୍କ ଭୟ ନାହଁ । ଜବତ ଗାଡ଼ି ଦୁଇଟି କୁ ଡ଼ାବୁଗାଁ ଥାନା ରେ ଅଟକ ରଖାଯାଇଛି । ନନ୍ଦପୁରା ନଦୀ ପାଖ ରେ ଥିବା କିଛି ବାଲି କୁ ଡାବୁଗାଁ ତହସିଲଦାର ଗୀତା ମୁର୍ମୁ ଜବତ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |