ରାଜ୍ୟରେ ଲଘୁ ଖଣିଜ ଚୋରି

ଭୁବନେଶ୍ୱର,୪ା୧୨:ରାଜ୍ୟରେ ଲଘୁ ଖଣିଜ ଚୋରି ହେଉଛି। ସରକାର ଚଢ଼ାଉ କରି ଏ ବାବଦରେ ଜୋରିମାନା ଆଦାୟ କରୁଛନ୍ତି। ୨୦୨୨ ଜାନୁୟାରୀରୁ ୨୦୨୫ ଅକ୍ଟୋବର ମାସ ମଧ୍ୟରେ ସରକାର ୧୨୬ କୋଟି ଟଙ୍କା ଜରିମାନା ବାବଦରେ ଆଦାୟ କରିଚନ୍ତି ବୋଲି ଗୁରୁବାର ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ବିଧାନସଭାରେ ଲିଖିତ ଉତ୍ତର ରଖାଯାଇଛି।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୩୦ ଜିଲାରୁ ଲଘୁ ଖଣିଜ ଚୋରି ହେଉଛି। ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୬୫୫ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି। ଲଘୁ ଖଣିଜ ଚୋରା ଚାଳାଣ ରୋକିବା ଲାଗି ୩୦ ଜିଲାରେ ୧୫ ହଜାର ୧୮୭ ଧରପଗଡ଼ ହୋଇଛି। ୩ ହଜାର ୧୧୯ଟି ମାମଲା ରୁଜୁ ହୋଇଛି। ଜରିମାନା ବାବଦରେ ୧୨୬ କୋଟି ୫୧ ଲକ୍ଷ ୭୮ ହଜାର ଟଙ୍କା ଆଦାୟ କରାଯାଇଛି।ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ରାଜ୍ୟରେ ସର୍ବାଧିକ ବାଲି ଚୋରି ହେଉଥିବା ୧୧ଟି ଅତ୍ୟଧିକ ସମ୍ବେଦନଶୀଳ ତହସିଲ ଚିହ୍ନଟ ହୋଇଛି। ଏହି ୧୧ ତହସିଲ ଅଞ୍ଚଳରୁ ବାଲି, ମୋରମ, ପଥର ଚୋରି ହେଉଛି। ସେସବୁ ତହସିଲ ହେଉଛି ଧର୍ମଶାଳା, ଝାରସୁଗୁଡ଼ା, ପିପିଲି, ଟାଙ୍ଗୀ, ମାର୍ଶାଘାଇ, ବାରଙ୍ଗ, କଣିହାଁ, ଜଳେଶ୍ଵର, ହିନ୍ଦୋଳ, ପୁରୁଷୋତ୍ତମପୁର, ରଘୁନାଥପୁର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!