ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ ଗୀତା ଉପହାର ଦେଇଛନ୍ତି। ଗୀତାର ନୀତିଶିକ୍ଷା ସାରା ବିଶ୍ୱରେ ଅନେକ ନିୟୁତ ଲୋକଙ୍କୁ ଅନୁପ୍ରାଣିତ କରିଥିବା ପ୍ରଧାନମନ୍ତ୍ରୀ ମୋଦି ‘X’ରେ ପୁଟିନ୍‌ଙ୍କ ସହ ଫଟୋ ପୋଷ୍ଟ କରି କ୍ୟାପ୍ସନ ଉଲ୍ଲେଖ କରିଛନ୍ତି।ଏପରିକି ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ନାଗରିକଙ୍କୁ ମଧ୍ୟ ଏକ ବଡ଼ ଉପହାର ଦେଇଛନ୍ତି। ଭାରତ ରୁଷିଆ ନାଗରିକଙ୍କ ପାଇଁ ମାଗଣା ୩୦-ଦିନିଆ ଇ-ପର୍ଯ୍ୟଟକ ଭିସା ଏବଂ ୩୦-ଦିନିଆ ଗ୍ରୁପ ପର୍ଯ୍ୟଟନ ଭିସା ଆରମ୍ଭ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ରୁଷିଆର ବନ୍ଧୁତା ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!