ପ୍ରବଳ ଶୀତ ସାରା ଓଡ଼ିଶା

ଭୁବନେଶ୍ୱର,୭ା୧୨:ଜାଡ଼ରେ ଥରୁଛି ସାରା ଓଡ଼ିଶା। ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପ୍ରବଳ ଜାଡ ଅନୁଭୂତ ହେଉଛି। ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ।ଟୁଇନ ସିଟିରେ ୧୫ ଡିଗ୍ରୀ ତଳକୁ ଖସିଛି ପାରଦ।ପ୍ରବଳ ଶୀତ ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି।ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ। ସଞ୍ଜ ନଇଁଲେ ତାପମାତ୍ରା ଖସିବା ସହ ଶୀତର ପ୍ରକୋପ ବଢିବା ସହ ରାତିରେ ଜାଡ଼ ଆରମ୍ଭ ହୋଇଯାଉଛି।ଘନ କୁହୁଡ଼ି ଯୋଗୁଁ କିଛି କିଛି ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗତ ୩ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ଡୁଙ୍ଗୁରିପାଲି ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି ।ଯୋଗ, ଜଗିଂ କରି ନିଜକୁ ଫିଟ୍ ରଖିବାକୁ ଅଭ୍ୟାସ କରୁଛନ୍ତି ଲୋକ । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୋଉଁଥିବା ଦେଖିବାକୁ ମିଳୁଛି।ଆଜି ଘୁ.ଉଦୟଗିରି ହେଉଛି ଓଡ଼ିଶାର Coldest ସହର। ଏଠାରେ ଆଜିର ତାପମାତ୍ରା ରହିଛି ୪.୪ ଡିଗ୍ରି ସେଲସିୟସ୍। ରାଜଧାନୀରେ ୧୧.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ର ୧୦ ଡିଗ୍ରି ତଳେ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!