ଭୁବନେଶ୍ବର ,୧୨।୧୨: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଫଳରେ ପ୍ରବଳ ଜାଡରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ ହୋଇଛିଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ୧୩ ତାରିଖ ଯାଏ ପ୍ରବଳ ଶୀତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ୱାନୁମାନ କରାଯାଇଛି।ଗତ ୨୪ ଘଣ୍ଟାରେ ରାଜ୍ୟରେ ପାରଦ ୩ ଡିଗ୍ରୀ ସେଲ୍ସିୟସ ଛୁଇଁବା ସହ ୧୫ ସହରରେ ରାତି ତାପମାତ୍ରା ୧୦ଡିଗ୍ରୀଠାରୁ କମ୍ ରେକର୍ଡ କରାଯାଇଛି। ରାଜ୍ୟର ସର୍ୱନିମ୍ନ ତାପମାତ୍ରା ସେମିଳିଗୁଡ଼ାରେ ରେକର୍ଡ ହୋଇଛି।ଅପରପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ତଳମୁହାଁ ହେବାରେ ଲାଗିଛି। ଡିସେମ୍ୱର ୫ରେ ଭୁବନେଶ୍ୱରରେ ସର୍ୱନିମ୍ନ ତାପମାତ୍ରା ୧୪ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ୬ ତାରିଖରେ ୧୩ଡିଗ୍ରୀ, ୭ରେ ୧୧.୯, ୮ରେ ୧୨.୧, ୯ରେ ୧୩.୭, ୧୦ରେ ୧୩ ଏବଂ ୧୧ ତାରିଖରେ ୧୧.୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।କୋରାପୁଟ ସେମିଳିଗୁଡାରେ ତାପମାତ୍ରା ୩.୬ ଥିବାବେଳେ ଝାରସୁଗୁଡାରେ ୭.୧ , ରାଉରକେଲାରେ ୭.୨ , କେନ୍ଦୁଝରରେ ୯.୬, ସମ୍ବଲପୁରରେ ୧୦.୮ , ହୀରାକୁଦରେ ୧୧.୪ ଓ ଭୁବନେଶ୍ଵରରେ ୧୨.୬ , ଗୋପାଳପୁରରେ ୧୩.୪, ବାଲେଶ୍ଵର ୧୩.୫ , ପାରାଦୀପରେ ୧୪.୧ ଡିଗ୍ରୀ ରେକର୍ଡ ହୋଇଛି।କେବଳ କୋରାପୁଟ ଏବଂ କନ୍ଧମାଳ ଜିଲାରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି ତାହା ନୁହେଁ; ବରଂ ପଶ୍ଚିମରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡ଼ିକରେ ପ୍ରଚଣ୍ଡ ଶୀତ ପଡୁଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଶୀତ ପ୍ରକୋପରୁ ଆଶ୍ବସ୍ତି ମିଳିବା ସମ୍ଭାବନା ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |