ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),୧୭।୧୨:-ଡାବୁଗାଁ ବ୍ଲକ ସଭାଗୃହରେ ଦିନ 12ଘଣ୍ଟା ସମୟରେ ସଂସଦ ଖେଳ ମୋହତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ଏହି ଅବସରେ ଉପସ୍ଥିତି ଥିଲେ ଡାବୁଗାଁ ବିଡ଼ିଓ ଶରତ ମାଝୀ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ସହ ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ମାନେ, ସରପଞ୍ଚ ସମିତି ସଭ୍ୟା,ପିଇଓ ଜନପ୍ରତିନିଧି ମାନେ ଏବଂ ବ୍ଲକ କର୍ମଚାରୀ ମାନେ। ଏହି ସଂସଦ ଖେଳ ମୋହତ୍ସବ ଆସନ୍ତା 19 ଡିସେମ୍ବର ରେ କରାଯିବା ପାଇଁ ସ୍ଥିର କାର ଗଲା। ଖେଳଗୁଡିକ ଡାବୁଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଏବଂ ଭୈରବ ମହାବିଦ୍ୟାଳୟ ସ୍ଥିତ ପଡିଆରେ କରାଯିବ। କ୍ରିକେଟ, ଭଲିବଲ, ଫୁଟବଲ, ଖୋକ ଭଳି ବିଭିନ୍ନ ଖେଳ କରାଯିବ ଏବଂ ଯେଉଁ ଡାଲମାନେ ବିଜୟୀ ହେବେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଂସଦ ଖେଳ ମହାତ୍ସବ ରେ ଭାଗ ନେବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |