ନୂଆଦିଲ୍ଲୀ, ୧୭/୧୨: ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ । ପ୍ରଦୂଷଣ ଆକ୍ତାମାକ୍ତା ରାଜଧାନୀ ବାସୀ । ସ୍ଥିତି ଏମିତି ଯେ, ଘରୁ ବାହାରିବା ମୁସ୍କିଲ । ଏହି କାରଣରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଢ଼ୁଥିବା ପ୍ରଦୂଷଣର ପ୍ରତିକ୍ରିୟାରେ, ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।ଦିଲ୍ଲୀର ବାୟୁ ପ୍ରଦୂଷଣ ଭୟଙ୍କର ସ୍ତରରେ ପହଞ୍ଚିବା ପରେ ଦିଲ୍ଲୀ ସରକାର କଡ଼ା ପଦକ୍ଷେପ ନେଇଥିଲେ । ଡିସେମ୍ବର ୧୮ଠାରୁ ବୈଧ ପିୟୁସି ସାର୍ଟିଫିକେଟ୍ ନ ଥିବା ଯାନବାହନକୁ ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି କୁହାଯାଇଥିଲା । ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି ବାୟୁ ପ୍ରଦୂଷଣର ମାତ୍ରା। ଯାହାକୁ ନେଇ ଆଜି ଘରୁ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଉ ଏବେ ଏହାର ମୁକାବିଲା କରିବା ପାଇଁ ସରକାର ସମସ୍ତ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସରକାର ଚେତାବନୀ ଦେଇଛନ୍ତି ଯେ ଏହି ନିର୍ଦ୍ଦେଶାବଳୀ ପାଳନ କଲେ ଭାରି ଜୋରିମାନା ଦେବାକୁ ପଡିବ । ଏହା ହସ୍ପିଟାଲ, ଜେଲ, ସାର୍ବଜନୀନ ପରିବହନ, ଜଙ୍ଗଲ ଏବଂ ଜଳ ବୋର୍ଡ ଭଳି ସେବର ପାଇଁ ପ୍ରଯୁଜ୍ୟ ହେବ ନାହିଁ । ଯଦି ନିୟମ ଉଲ୍ଲଂଘନ କରନ୍ତି ତେବେ ଫାଇନ୍ ଦେବାକୁ ପଡିବ। ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହା ଅନୁଯାୟୀ, ନିର୍ମାଣ ଶ୍ରମିକମାନଙ୍କୁ ୧୬ ଦିନ ପାଇଁ ୧୦,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବ। ଦିଲ୍ଲୀ ସରକାର ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ସେମାନେ କୌଣସି ଆର୍ଥିକ କ୍ଷତି ସହିବେ ନାହିଁ। ସମସ୍ତ ଯାଞ୍ଚ ହୋଇଥିବା ଶ୍ରମିକ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ପେମେଣ୍ଟ ପାଇବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |