ଜଟାବାଲରେ ଜିଲ୍ଲା ସଂକୀର୍ତ୍ତନ ମହାସଂଘ ର ପ୍ରଥମ ବୈଠକ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) :-ଜଟାବାଲ ଶିବ ମନ୍ଦିର ରେ ନବରଙ୍ଗପୁର ଜିଲ୍ଲା ସଂକୀର୍ତ୍ତନ ମହାସଂଘ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରାମ ଚୌଧୁରୀ ଓ ଅଶୋକ କୁମାର ପାତ୍ର ଙ୍କ ପରିଚାଳନା ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ ଓ ସମ୍ମାନୀତ ଅତିଥି ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ କୁମାର ଉପସ୍ଥିତ ରହି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ନାମ ସଂକୀର୍ତ୍ତନ ମଣ୍ଡଳୀ ର କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଅର୍ଜୁନ ଭତ୍ରା, ନରସିଂହ ଦିୱାନ, ଗୋରା ହରିଜନ, ନିଳକଣ୍ଠ ବିଷୟୀ, ଜଳନ୍ଧର ସିଂ, ଜୟ ସେନ ନାଗେଶ, ଭବାନୀ ବିଷୟୀ ପ୍ରମୁଖ ଆୟୋଜନ ର ତଦାରଖ କରିଥିଲେ। ଆଜି ବିଧିବଦ୍ଧ ଭାବେ ସଂକୀର୍ତ୍ତନ ମହାସଂଘ ର ଶୁଭାରମ୍ଭ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!