ଅଳିଆ ପାଇଁ ୟୁଜର ଫି

ଭୁବନେଶ୍ୱର, ୬।୧  : ଅଳିଆ ଉଠା ପାଇଁ  ବିଏମସି ଆଦାୟ କରିବ ୟୁଜର ଫି। ଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ୍ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ୟୁଜର ଫି ଆଦାୟ ହେବ। ଭୁବନେଶ୍ୱରବାସୀଙ୍କ ପାଖରେ ସବୁ ସେବା ପହଞ୍ଚାଇବା ପାଇଁ ଅଳିଆ ସଂଗ୍ରହ ବାବଦରେ ୟୁଜର ଫି ଲାଗୁ କରିବ ବିଏମ୍ସି। ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍‌ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଣିକି ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ। ଆବାସିକ ଘର, ଦୋକାନ, ହୋଟେଲ, ଗେଷ୍ଟହାଉସ୍‌, ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଶପିଂ ମଲ୍‌, ହାଟ, ହେଲ୍‌ଥ କେୟାର ୟୁନିଟ୍‌, ବିୟୁଟି ପାର୍ଲର, ସ୍ପା, ବିବାହ ମଣ୍ଡପ, କଲ୍ୟାଣ ମଣ୍ଡପ, ଭେଣ୍ଡିଂଜୋନ୍‌ ବ୍ୟବସାୟୀ, ଢାବା, ମଦ ଦୋକାନ, ମିଠା ଦୋକାନ, କଫି ଶପ୍‌, ପ୍ରିଣ୍ଟିଂ ପ୍ରେସ୍‌, ଇଣ୍ଡଷ୍ଟ୍ରିଜ୍‌, ପେଟ୍ରୋଲ ପମ୍ପ୍‌ ଆଦିରୁ ଅଳିଆ ଉଠାଇବାକୁ ମାସିକ ୟୁଜର୍ସ ଫି’ ଆଦାୟ କରିବ ବିଏମ୍‌ସି। ସବୁ ବର୍ଗ ପାଇଁ ଅଲଗା ଫି’ ଦର ଧାର୍ଯ୍ୟ ହୋଇଛି। ଫି’ ତାଲିକା ପ୍ରକାଶ କରାଯିବା ସହ ୨୦୧୮ ବାଇ ଲ’ ଅନୁଯାୟୀ ଫି’ ଆଦାୟ ଆରମ୍ଭ ହୋଇଛି। ଏନେଇ ‘ସଫା’ ଆପ୍‌ ଏବଂ ହ୍ବାଟ୍‌ସଆପ୍‌ ନଂ. ୭୬୫୩୦୧୧୮୩୨ ମାଧ୍ୟମରେ ଲୋକମାନେ ଅଧିକ ସୂଚନା ପାଇପାରିବେ ବୋଲି ସୋମବାର ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଏଥିସହ ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଭୋକ୍ତା ଦେୟ (ୟୁଜର ଫି) ଦେବାକୁ ସେ ଅନୁରୋଧ କରିଛନ୍ତି। ଅଳିଆ ସଂଗ୍ରହ ପାଇଁ ବିଏମ୍‌ସିର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଏଥିରେ ସହରବାସୀଙ୍କ ସହଯୋଗ ଲୋଡିଛନ୍ତି ମେୟର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!