ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),୨୭।୧ :- ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ 77 ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ସ୍ୱାଧୀନତା ପାଇଁ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟା|ଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟଳୟ, ସାମ୍ବାଦିକ ସଂଘ,ଜୟ ଭାରତ ଅଟୋ ଉନ୍ନୟିନ,ମୋଟର ସାଇକେଲ ମେକାନିକଲ ସଙ୍ଘ ଏଵଂ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ଓ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ଏହି ଶୁଭ ଅବସରରେ ବିଭିନ୍ନ ସରକାରୀ କାର୍ଯ୍ୟାଳରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ପତକା ଉତଲନ କରିଥିଲେ।ଆଜିର କାର୍ଯ୍ୟକ୍ରମଟି ସୁରୁଖୁରୁରେ ଅନୁଷ୍ଠିତ ହେଲା।ଡାବୁଗାଁ ବିଧାୟକ ଶ୍ରୀ ମନହର ରନ୍ଧାରୀ ସ୍ଥାନିୟ ସରକାରୀ ପଞ୍ଚାୟତ ହାଇସ୍କୁଲ ରେ ବ୍ଲକସ୍ତରୀୟ ପତାକା ଉତ୍ତୋଳନ କରିଥିଲେ ତାଙ୍କ ସହ ଅନେକ ଜନ ପ୍ରତିନିଧି, ଡାବୁଗାଁ ବିଡ଼ିଓ ସମୀର କୁମାର ପାତ୍ର, ତହସିଲଦାର ଗୀତା ମୁର୍ମୁ, ଡାବୁଗାଁ ଆଇ ଆଇସି ଗୋପାଳ କୃଷ୍ଣ ଆଗୁପାତ୍ର ପ୍ରମ୍ମୁଖ ମଞ୍ଚାସିନଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ବିଜୟୀ ହୋଇଥିବା ଛାତ୍ର ଛାତ୍ରି ମାନଙ୍କୁ ଅଥିତି ମାନଙ୍କ ଦ୍ୱାରା ପୁରସ୍କାର ବିତ୍ରଣ କରା ଯାଇଥିଲାଏବଂ ଦେଶାତ୍ମକ ସଂଗୀତରେ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତି ମାନେ ନୃତ୍ୟ ପରିବେଷଣ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |