ବିଦ୍ରୋ:-ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି
(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ସହ ୧୦ ବ୍ଲକରେ ୫ ଦିନ ହେଲା ଘରୋଇ ଓ କର୍ମସିଆଲ ଗ୍ୟାସ ସଙ୍କଟ ଦେଖାଯାଇଛି। ଜିଲ୍ଲାର ଅଧିକାଂଶ ଛଟ ବଡ଼ ହୋଟେଲ ଓ ବଡ଼ବଡ଼ ରେଷ୍ଟୁରାଣ୍ଟକୁ କର୍ମସିଆଲ ଗ୍ୟାସ ନ ମିଳିବାରୁ ପାଞ୍ଚ ଦିନ ହେବ ଅସୁବିଧାର ସମ୍ମୁଖନ ହେଉଛନ୍ତି। ସେହିପରି ଘରୋଇ ଗ୍ୟାସ ବୁକିଂ ମଧ୍ୟ ସହଜରେ ହେଉନାହିଁ । ଗ୍ୟାସ ନେବାର ୨୫ ଦିନ ପରେ ପରବର୍ତ୍ତୀ ଗ୍ୟାସ ପାଇବା ପାଇଁ ବୁକିଂ କରିବା ପାଇଁ ନିଅମ ଥିଲା କିନ୍ତୁ ବର୍ତ୍ତମାନ ଗ୍ୟାସ ଅଭାବ ଯୋଗୁଁ ତାହାକୁ ୪୫ ଦିନ କରି ଦିଆଯାଇଛି। ହେଲେ ୫ ଦିନ ହେଲା ଅଧୂକାଂଶ ଗ୍ରାହକ ଗ୍ୟାସ ବୁକିଂ ପାଇଁ ପ୍ରୟାସ କରିବା ସତ୍ତ୍ବେ ଅନଲାଇନରେ ବୁକିଂ ହେଉନାହିଁ। ଯାହାକୁ ନେଇ ଘରୋଇ ଲୋକେ ବେଶ୍ ଚିନ୍ତାରେ ରହିଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆଳ କରି ଗ୍ୟାସ ଯୋଗାଉଥିବା କିଛି ବ୍ୟକ୍ତି ମଧ୍ୟ କଳାବଜାରୀ କରିବା ଆରମ୍ଭ କଲେଣି। ଗ୍ୟାସର ଚୋରି ଓ ମାତ୍ରାଧିକ ମୂଲ୍ୟରେ କଳାବଜାରି କରିବା ଅଭିଯୋଗ ଉଠୁଛି। ସାଧାରଣ ଘରୋଇ ଲୋକଟିଏ ଗ୍ୟାସ ପାଇବା ନିମନ୍ତେ ବୁକିଂ ପରେ ବେଶ୍ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରୁଥିବା ବେଳେ ବର୍ତ୍ତମାନ ଗ୍ୟାସ ପ୍ରଦାନରେ ବ୍ୟାପକ ହେରାଫେରି ହେଉଛି। ଘରୋଇ ଗ୍ୟାସର ମୂଲ୍ୟ ୬୦ଟଙ୍କା ସିଲିଣ୍ଡର ପିଛା ବୃଦ୍ଧି ପାଇବା ପରଠାରୁ ସହରରେ ଗ୍ୟାସ ଯୋଗାଣରେ ବିଳମ୍ବ ହେଉଛି। ପୂର୍ବରୁ ବୁକିଂର ୪୮ ଘଣ୍ଟା ମଧ୍ୟରେ ଗ୍ୟାସ ଆସୁଥିଲା। ହେଲେ ଏବେ ଘରୋଇ ହିତାଧୂକାରୀ ସହଜରେ ଗ୍ୟାସଟି ପାଇପାରୁନାହିଁ । ଏ ସଂକ୍ରାନ୍ତରେ ଜାଣିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଯାଗାଯୋଗ ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋଇ ପାରିଲା ନାହିଁ। ସର୍ଭର ଡାଉନ ଯୋଗୁଁ ଅନଲାଇନ ବୁକିଙ୍ଗ ପାଇଁ ବହୁତ ଅସୁବିଧା ହେଉଛି। ତେବେ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଲେ କିଛି ମାତ୍ରାରେ ସାଧାରଣ ଜନତା ଉପକୃତ ହୋଇ ପାରିଥାନ୍ତେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |